ଭୁବନେଶ୍ୱର: ଆପଣ ସୁନା କିଣୁଛନ୍ତି କି, ହୋଇଯାଆନ୍ତୁ ସାବଧାନ । ବଡ଼ ବଡ଼ ଆକର୍ଷଣୀୟ ବିଜ୍ଞାପନ ଦେଖାଇ ଗ୍ରାହକଙ୍କୁ ଲୁଟୁଛନ୍ତି ନାମୀ ଦାମୀ ଗହଣା ଦୋକାନୀ । ଏଭଳି ସାଂଘାତିକ ତଥ୍ୟ ଖୋଦ ସରକାର କହୁଛନ୍ତି । ସରକାରଙ୍କର ଖାଉଟି ଓ ଯୋଗାଣ ବିଭାଗ ସୂଚନା ଅନୁସାରେ ରାଜ୍ୟର ନାମୀ ଦାମୀ ବଜାରରେ ବିକ୍ରି ହେଉଥିବା ବ୍ରାଣ୍ଡ ଜୁଏଲାରୀ ଓଜନ ମାପରେ ଠକେଇ କରୁଛନ୍ତି । ଦୀର୍ଘ ବର୍ଷ ଧରି ଶୋଷଣର ଶିକାର ହେଉଛନ୍ତି ଗ୍ରାହକ । ଆଉ ଗତ ବିଧାନସଭାରେ ସୁନା ଦୋକାନୀଙ୍କ ଲୁଟର ସାଂଘାତିକ ତଥ୍ୟ ଉପସ୍ଥାପନ ହୋଇଥିଲା ।
ବାଚସ୍ପତି ମଧ୍ୟ ଏ ପ୍ରସଙ୍ଗରେ ରୁଲିଂ ଦେଇଥିଲେ । ତେବେ ବିଧାନସଭାରେ ଏ ପ୍ରସଙ୍ଗରେ ଆଲୋଚନା ପରେ ଚେଇଁ ଶୋଇଥିବା ସରକାରଙ୍କ ଖାଉଟି ଯୋଗାଣ ବିଭାଗ ଜାଗି ଉଠିଥିଲା । ବିଭାଗ ପକ୍ଷରୁ ବିଭିନ୍ନ ସୁନା ଅଳଙ୍କାର ଦୋକାନରେ ଚଢ଼ାଉ କରାଯାଇଥିଲା । ପୂର୍ବରୁ ମାତ୍ର 500 ରୁ 1000 ଟଙ୍କା ଜରିମାନା ନେଇ ସେମାନଙ୍କୁ କ୍ଲିନ୍ ଚିଟ୍ ଦେଉଥିଲା ବିଭାଗ । ଏବେ ପ୍ରଶ୍ନ ଉଠୁଛି ଯୋଗାଣ ବିଭାଗର ବର୍ଷ ବର୍ଷ ଧରି ଗହଣା ଦୋକାନ ସହ କିଭଳି ମଧୁଚନ୍ଦ୍ରିକା ଚାଲିଥିଲା । ଯାହାର ଶିକାର ହେଉଥିଲା ନୀରିହ ଗ୍ରାହକ । ଜାଣନ୍ତୁ ଏଭଳି କଳାକାରନାମା କରୁଥିବା 6 ଟି ସହରର 45ଟି ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । ସେଗୁଡ଼ିକ ମଧ୍ୟରେ ଲାଲଚାନ୍ଦ, ଖିମିଜି, ତନିସ୍କ, କଲ୍ୟାଣ, ରିଲିଆନ୍ସ, ମେସର୍ସ ହଲମାର୍କ, କଟକର ଇପାରୀ ଗୋବିନ୍ଦ, ଜୋତ୍ସନା ଓ ସେନକୋ ଭଳି ନାମୀ ଦାମୀ ସୁନା ଦୋକାନ ମଧ୍ୟ ଥିଲେ । ଏହାସହ ବ୍ରହ୍ମପୁରର କେଶବ ଜୁଏଲାର, ସମ୍ବଲପୁରର ନିଭ୍ ପାଏଲ ଜୁଏଲର୍ସ ମଧ୍ୟ ଅଛନ୍ତି ।
ଏହି ସବୁ ବ୍ରାଣ୍ଡର ବଡ ବଡ ହୋର୍ଡିଂ ଓ ବିଜ୍ଞାପନ ରାସ୍ତାଘାଟ, ଗଣ ମାଧ୍ୟମ ସବୁଠି ଦେଖିବାକୁ ମିଳୁଛି । ସବୁଠାରୁ ଭରସାଯୋଗ୍ୟ କହି ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି ଏହି ଦୋକନୀ । କିନ୍ତୁ ବିଜ୍ଞାପନ ଦେଖାଇ ଗ୍ରାହକଙ୍କ ବିଶ୍ୱାସରେ ବିଷ ଦେଉଛନ୍ତି ଏହି ବ୍ୟବସାୟୀକ ଅନୁଷ୍ଠାନ । ଏ କଥା ଆମୋ କହୁନୁ । ଖୋଦ୍ ଯୋଗାଣ ବିଭାଗ ରାଜ୍ୟର 6 ଟି ବଡ ବଡ ସହରରେ ପ୍ରାୟ 40 ଟି ଦୋକାନରେ ଚଢାଉ କରି ଏହି ସୂଚନା ଦେଇଛି ।
ଏମାନଙ୍କ ଠାରୁ ମାତ୍ର 3 ଲକ୍ଷ 77 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । 14 କ୍ୟାରେଟ୍ ସୁନାକୁ ଏହି ଦୋକାନୀମାନେ 22 କ୍ୟାରେଟ୍ କହି ବିକ୍ରୀ କରୁଥିବା କହିଛନ୍ତି ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏଣିକି ଜାନୁୟାରୀ 20ରୁ ସୁନା ବିକ୍ରୀ ଉପରେ କଟକଣା ଲାଗିବ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଗତ 20 ତାରିଖରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଖାଉଟି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୁନା ଠେକେଇ ନେଇ ସ୍ବୀକାର କରିଥିଲେ ।
ଗତ ଦୁଇ ବର୍ଷ ମଧ୍ୟରେ 42 ଟି କୋଦାନ ଉପରେ ଚଢାଇ କରିଥିଲା ବିଭାଗ । କିନ୍ତୁ ଜୋରିମାନା ମାତ୍ର 500 ଓ 1000 ଟଙ୍କା ପକାଇ ଛାଡି ଦେଇଥିଲା । ତେବେ ଭୁବନେଶ୍ୱର ଓ ବ୍ରହ୍ମପୁରର କାହିଁକି ଚଢାଉ ହେଉନି ବୋଲି ବାଚସ୍ପତି ଗୃହରେ ଉଦବଗେ ପ୍ରକାଶ କରିବା ସହ ସଂପୃକ୍ତ ଇନସ୍ପେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହା ପରେ ପଦାକୁ ଆସିଛି ଏହି ସାଙ୍ଘାତିକ୍ ଠକେଇର କଳାକରନାମା ।
ଏଠାରେ ପ୍ରଶ୍ନ ଉଠୁଛି କେବଳ ଜୋରିମାନା ନାଁ ଦୋକାନୀ ବିରୋଧରେ ମାମଲା ରୁଜୁ କରିବେ ସରକାର । ସେମାନଙ୍କ ବିରୋଧରେ ନିଆଯିବକି ଦୃଢ କାର୍ଯ୍ୟାନୁଷ୍ଠାନ । ବର୍ଷ ବର୍ଷ ଧରି ଏହି ଦୋକାନୀଙ୍କ ଦ୍ବାରା ଠକେଇର ଶିକାର ହେଉଥିବା ଗ୍ରାହକଙ୍କୁ ନ୍ୟାୟ ଦେବେକି ସରକାର । ସେମାନଙ୍କୁ ମିଳିବ କି କ୍ଷତି ପୂରଣ । ଗ୍ରାହକଙ୍କ ଠାରୁ ଠକି ନେଇଥିବା ସୁନା ଦୋକାନୀ ଟଙ୍କା ଫେରସ୍ତ କରିବେ କି । ସବୁ ଜାଣି ମଧ୍ୟ କାହିଁକି ଭୁବନେଶ୍ବର ଦୋକାନୀ ଉପରେ ଚଢାଉ କରୁନଥିଲା ଯୋଗାଣ ବିଭାଗ । କଣ ଥିଲା ଏହା ପଛର ରହସ୍ୟ । ଏମିତି କିଛି ପ୍ରଶ୍ନ ଘେରର ରାଜ୍ୟ ସରକାର ଓ ଯୋଗାଣ ବିଭାଗର ଭୂମିକା ।
ଅର୍ଗସ ବ୍ୟୁରୋ: ଜାଭେଲିନରେ ଭାରତର ଦମଦାର ପ୍ରଦର୍ଶନ । ପୁଣି ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା । ଚତୁର୍ଥ ଥ୍ରୋରେ 88.88 ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କଲେ ନୀରଜ । କିଶୋର ଜିତିଲେ ରୌପ୍ୟ ପଦକ । କିଶୋର ଜେନାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ଚତୁର୍ଥ ଥ୍ରୋରେ 87.54 ମିଟର ଫିଙ୍ଗିଲେ କିଶୋର । ଓଡ଼ିଶା ପାଇଁ ଗୌରବର ମୁହୂର୍ତ୍ତ । ଏହାସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି କିଶୋର ଜେନା ।
Historic GOLD & SILVER for India 🔥🔥🔥
Neeraj Chopra wins Gold & Kishore Jena wins Silver medal in Javelin Throw.
Neeraj with SB: 88.88m
Kishore with PB: 87.54m (Also qualifies for Paris Olympics. #AGwithIAS | #IndiaAtAsianGames #AsianGames2022 pic.twitter.com/CRxQN9ZxL0 — India_AllSports (@India_AllSports) October 4, 2023
ଆହୁରି ପଢନ୍ତୁ ଖେଳ ଖବର...
କଟକ : ଡ୍ରାଇଭର ଙ୍କୁ ମାଡ଼ ମାରି ୧ଲକ୍ଷ ୨୦ ହଜାର ଜରିମାନା ଗଣିଲେ ବାଲିଘାଟ ମାଲିକ। ସୋମବାର ଦିନ ନୂଆପାଟଣା ଗ୍ରାମର ଡ଼୍ରାଇଭର ପିତାମ୍ବର ନାୟକଙ୍କୁ ବିନା କାରଣ ରେ ବ୍ରହ୍ମପୁରା ବାଲିଘାଟ ନିକଟରେ ମାଡ଼ ହୋଇଥିଲା। ଡ୍ରାଇଭର ବ୍ରହ୍ମପୁରା ବାଲିଘାଟକୁ ବାଲି ଆଣିବା ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଏହାର ପ୍ରତିବାଦରେ ମଙ୍ଗଳବାର ବ୍ରହ୍ମପୁରା ବାଲିଘାଟ ନିକଟରେ ନରସିଂହପୁର ଡ୍ରାଇଭର ମହାସଂଘ ପକ୍ଷରୁ ଶହେରୁ ଉର୍ଦ୍ଧ୍ବ ଡ୍ରାଇଭର ବାଲିଘାଟ କୁ ବନ୍ଦ କରି ରଖିଥିଲେ।
ଅଧିକ ପଢନ୍ତୁ ଓଡିଶା ଖବର
ଆଜି ନିଜିଗଡ଼ ସ୍ଥିତ ଡ୍ରାଇଭର ସଙ୍ଘ ମୁଖ୍ୟ କାର୍ଯ୍ୟାଳୟରେ ବାଲିଘାଟ ପରିଚାଳକ, ମାଲିକ ଓ ଆହତ ଡ୍ରାଇଭରଙ୍କ ସହ ନରସିଂହପୁର ଡ୍ରାଇଭର ମହାସଙ୍ଘ ର ସଭାପତି, ଉପସଭାପତି ଙ୍କ ସମେତ ପଚାଶରୁ ଉର୍ଦ୍ଧ୍ବ ଡ୍ରାଇଭର ଏକଜୁଟ ହୋଇ ବାଲିଘାଟ ଉପରେ ୧ଲକ୍ଷ ୨୦ ହଜାର ଟଙ୍କାର ଜୋରିମାନା ଆଦାୟ ସହ ଭବିଷ୍ୟତରେ କୌଣସି ଡ୍ରାଇଭରଙ୍କୁ ଆକ୍ରମଣ ନ କରିବାକୁ ଉପଦେଶ ଦେଇଛନ୍ତି।
ଭୁବନେଶ୍ୱର: ଭଣ୍ଡ ତ୍ରିକାଳ ଦର୍ଷୀ ବାବା ଓ ମାତାଙ୍କ କଳା କାରନାମା । ଘର ଭାଙ୍ଗିଲେ ସମ୍ପତ୍ତି ଲୁଟିନେଲେ । ମହିଳାଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ପୂର୍ବରୁ ସ୍ୱାମୀକୁ ଗିରଫ କରିଥିଲା ଏବେ ସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।
ଅଭିଯୋଗ ଅନୁସାରେ ଘରର ସମସ୍ୟା ଦୂର ପାଇଁ ନିଜକୁ ମାତା ବୋଲାଉଥିବା ରିନି ନାମକ ଜଣେ ମହିଳାଙ୍କୁ ଭେଟିଥିଲେ ଅଭିଯୋଗକାରୀ । ବିଭିନ୍ନ କଥା କହି ଅଭିଯୋଗକାରୀ ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ ମାତା ରିନି । ଏପରିକି ପୂଜା କଲେ ସମସ୍ୟାର ସମାଧାନ ହେବ ତାହାର ବାଟ ବତାଇ 5 ଲକ୍ଷ ଟଙ୍କା ନେଇ ଯାଇଥିଲେ ।
ପରେ ମହିଳାଙ୍କୁ କିଛି ସୁଫଳ ନମିଳିବାରୁ ଠକେଇ ନେଇ ବଡଗଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ରିନି ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ଖୋଜା ଚାଲିଛି ପବନରେ ହୁକୁମ ଦେଉଥିବା ବାବା କେଉଁଠି ।
ଆହୁରି ପଢନ୍ତୁ ଅପରାଧ ଖବର...