ନିର୍ଦ୍ଧାରିତ ସମୟରେ ସ୍କୁଲ ଆସୁନାହାନ୍ତି ସରକାରୀ ସ୍କୁଲର ଶିକ୍ଷକ। ଶିକ୍ଷକମାନେ କିଛି ସ୍ଥାନରେ ବିଳମ୍ୱରେ ପହଞ୍ଚି୍ଥିବାବେଳେ ଆଉ କେଉଁଠି ଜମା ଆସୁନାହାନ୍ତି। ଗଣଶିକ୍ଷା ମନ୍ତ୍ରୀ ନିକଟରେ ବିଭିନ୍ନ ଜିଲ୍ଲା ଗସ୍ତ କରିଥିବାବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳସ୍ୱରୁପ ବିଭିନ୍ନ ଜିଲ୍ଲା ପାଇଁ ଅଧିକାରୀମାନଙ୍କୁ ନିଯୁକ୍ତି କରାଯାଇଛି। ସେମାନେ ଅଚାନକ ଗସ୍ତ କରି ସ୍କୁଲର ସ୍ଥିତି ପରଖିବେ। ଶିକ୍ଷକଙ୍କ ଉପସ୍ଥାନ ଓ ଶୈଶିକ୍ଷମାନ ଯାଞ୍ଚ କରିବେ। ସ୍କୁଲର ଅଭାବ ଅସୁବିଧା ବାବଦରେ ବିଭାଗକୁ ରିପୋର୍ଟ ଦେବେ। ହେଲେ ପ୍ରଶ୍ନ ଉଠୁଛି ଶିକ୍ଷକଙ୍କ ଉପସ୍ଥାନ ଓ ସମୟ ଯାଞ୍ଚ ପାଇଁ ଗଣଶିକ୍ଷା ବିଭାଗର ଅତ୍ୟାଧୁନିକ ବ୍ୟବସ୍ଥା କେବେ ? ଅତୀତର ଯୋଜନା ଥିବା ବାୟୋମେଟ୍ରିକ ଉପସ୍ଥାନ ଯୋଜନା କେବେଠାରୁ ଲାଗୁ ହେବ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।
୨୦୧୪ ମସିହାରୁ ହୋଇଥିବା ଏହି ଯୋଜନା ଏବେ ଶୀତଳଭଣ୍ଡାରରେ ପଡିରହିଛି। ଇତି ମଧ୍ୟରେ ୫ରୁ ଅଧିକ ମନ୍ତ୍ରୀ ଓ ସଚିବ ବଦଳି ଥିବାବେଳେ ଯୋଜନା କେବଳ ଯୋଜନାରେ ହିଁ ସୀମିତ ରହିଛି। ଅନ୍ୟପଟେ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରାଗଲେ ସହଜରେ ଶିକ୍ଷକଙ୍କ ଉପସ୍ଥାପନ ଓ ଶିକ୍ଷାଦନ ସମୟ ଯାଞ୍ଚ କରାଯାଇପାରିବ ବୋଲି ଶିକ୍ଷାବିତ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଖାଲି ୁପସ୍ଥାନ ସମୟ ଯାଞ୍ଚ କଲେ ଗୁଣାତ୍ମକ ଶିକ୍ଷା ମିଳିବନି। ଏଥିପାଇଁ ସ୍କୁଲଗୁଡିକୁ ବିଭାଗ ଆବ୍ୟକ ସଂଖ୍ୟକ ଶିକ୍ଷକ ମଧ୍ୟ ଯୋଗାଇ ଦେବା ଜରୁରୀ।