ଅଧିକ ପଢନ୍ତୁ : ଅନୁଗୋଳ-ସୁକିନ୍ଦା ରେଳପଥରେ ପରୀକ୍ଷାମୂଳକ ଭାବେ ଚାଲିଲା ପାସେଞ୍ଜେର ଟ୍ରେନ୍
ସେ ଯାତ୍ରୀମାନଙ୍କଠାରୁ ମତାମତ ମଧ୍ୟ ନେଇଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ରେଳ ମନ୍ତ୍ରୀ କହିଛନ୍ତି, ରେଳବାଇ ବିଷୟରେ ଯାତ୍ରୀମାନେ ସକାରାତ୍ମକ ମତାମତ ଦେଇଛନ୍ତି । ଟ୍ରେନ ଗୁଡିକ ପୂର୍ବ ଅପେକ୍ଷା ଅଧିକ ପରିଷ୍କାର, ସମୟରେ ଆସୁଛି ଏବଂ ପ୍ଲାଟଫର୍ମଗୁଡିକ ମଧ୍ୟ ସଫା ଅଛି । ଏହି ମାର୍ଗରେ ଦୁଇଟି ପଦକ୍ଷେପ ନିଆଯିବ । ପ୍ରଥମ ଟ୍ରାକରେ କିଛି ପରିବର୍ତ୍ତନ କରି ଏହି ମାର୍ଗରେ ଟ୍ରେନର ଗତି ବୃଦ୍ଧି କରାଯାଉଛି । ଦ୍ବିତୀୟତଃ ପରୀକ୍ଷା ପରେ ଖୁବଶୀଘ୍ର ଏହି ଟ୍ରାକରେ ଦିଲ୍ଲୀ-ଜୟପୁର ମଧ୍ୟରେ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ ବୋଲି ସେ କହିଛନ୍ତି ।