ଅର୍ଗସ ବ୍ୟୁରୋ: ଇଏ ହେଉଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ର ପଞ୍ଚୁବିସା ଜେଠି ମୁହାଣ। ଯେଉଁଠି ଶହ ଶହ ମାଛ ଧରା ବୋଟ ଏବେ ନଈରେ ପାଣି ଆସୁ ନଥିବାରୁ ଶୁଖିଲାରେ ବନ୍ଧା ହୋଇଛି l ଏହି ପଞ୍ଚୁବିସା ଜେଠି ଉପରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ଜୀବିକା ନିର୍ବାହ ପାଇଁ ନିର୍ଭର କରୁଥିବା ବେଳେ ସରକାରଙ୍କ ଉଦାସୀନତା ମନୋଭାବ ଏବଂ ସ୍ଥାନୀୟ ଦୁଇ ଦୁଇ ଥରର ସୋର ବିଜେଡି ବିଧାୟକ ଧଡ଼ାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପରେ ପ୍ରତାରଣା ଯୋଗୁ ପଞ୍ଚୁବିସା ଜେଠି ଏବେ ସମୁଦ୍ର କୂଳ ମାଟିରେ ଲୀନ ହେବାକୁ ବସିଲାଣି। ଜେଠିର ପୁନରୁଦ୍ଧାର କରିବା ପାଇଁ ମସ୍ୟଜୀବୀ ପ୍ରଶାସନ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କେହି ନ ଶୁଣିବାରୁ 2017 ମସିହାରେ ମସ୍ୟଜୀବୀ ମାନେ ନିଜେ କୋଦାଳରେ ନଈ ଖୋଳି ଚର୍ଚ୍ଚାକୁ ଆସିଥିଲେ। 2019 ମସିହାରେ ନିର୍ବାଚନବେଳେ ବୈତରଣୀ ପାର ହେବା ପାଇଁ ପଞ୍ଚୁବିସାର ବିକାଶ ପ୍ରତିଶ୍ରୁତି ଦେଇ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ଜିତିବା ପରେ ଭୁଲି ଯାଇଥିଲେ ପଞ୍ଚୁବିସା ବିକାଶର କଥା l ପୁଣି ନିର୍ବାଚନ ଆସୁଥିବାରୁ ମସ୍ୟଜୀବୀଙ୍କ ଉନ୍ନତି ଏବଂ ପଞ୍ଚୁବିସା ଜେଠୀର ବିକାଶ କଥା କହି ବିଧାୟକ ଭଣ୍ଡାଇ ଦେବେ ବୋଲି କହିଛନ୍ତି ମସ୍ୟଜୀବି।
ପୂର୍ବରୁ ଏହି ସ୍ଥାନରୁ ଟନ ଟନ ମାଛ, ଚିଙ୍ଗୁଡ଼ି ଏବଂ ଶୁଖୁଆ ଅନ୍ୟ ରାଜ୍ୟ ତଥା ବିଦେଶକୁ ରପ୍ତାନି ହେଉଥିବା ବେଳେ ଏବେ ସମୁଦ୍ରକୁ ପ୍ରତ୍ୟେକ ଦିନ ମାଛ ମାରିବାକୁ ଯିବା ସମ୍ଭବ ହେଉ ନଥିବାରୁ ଅନ୍ୟ ରାଜ୍ୟକୁ ମାଛ ରପ୍ତାନି ଏକ ପ୍ରକାର ଠପ ହୋଇଯାଇଛି।
ନଈ ପୋତି ହୋଇଯିବା ହେତୁ ପୂର୍ବ ଅପେକ୍ଷା ବହୁ କମ ଦିନ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବାରୁ ବୋଟ ମଲିକ ମାନେ କମ ମସ୍ୟଜୀବୀଙ୍କୁ ନିଯୁକ୍ତି ଦେଉଛନ୍ତି। ସେଥିପାଇଁ ମସ୍ୟଜୀବୀମାନେ କାମ ନ ପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବାପାଇଁ ବାଧ୍ୟ ହେଉଛନ୍ତି। ନା ଅଛି ମାଛ ବିକ୍ରି ପାଇଁ ବଜାରର ସୁବିଧା ନା ଅଛି ଜେଠୀ ବିକାଶର ସତନ୍ତ୍ର ଯୋଜନା। ଅନ୍ୟ ପଟେ ମାଛର ଅଭାବ ଯୋଗୁ ମୁହାଣରେ ଥିବା ଶୀତଳ ଭଣ୍ଡାର, ଆଇସ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଥିବା ଶହ ଶହ କର୍ମଚାରୀଙ୍କୁ ବାହାର କରି ମାତ୍ର ହାତ ଗଣତି କେତେ ଜଣ କର୍ମଚାରୀଙ୍କୁ ଧରି ଫାକ୍ଟ୍ରି ଚଳାଉଛନ୍ତି। ଦୁଇ ଦୁଇ ଥର ସୋର ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରୁ ପର୍ଶୁରାମ ଧଡ଼ା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ପଞ୍ଚୁବିସା ଜେଠୀ ବିକାଶର ପ୍ରତିଶ୍ରୁତି କେବଳ ପ୍ରତାରଣାରେ ପରିଣତ ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର