ଗତବର୍ଷ ଡ଼ିସେମ୍ବର 15 ତାରିଖରେ ବିଶାଳ ଆନ୍ଦୋଳନ ରାଜ୍ୟ ସରକାର ଆଶା କର୍ମୀ ମାନଙ୍କ ସର୍ବନିମ୍ନ କାର୍ଯ୍ୟ ଦାବୀ ପ୍ରତି କର୍ଣପାତ କରୁନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ନେଇ ଆଜି ଲୋୟର ପିଏମଜି ଠାରେ ହଜାର ହଜାର ଆଶା କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସରକାରଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି।ଆଜିର ବିକ୍ଷୋଭରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି।
ଯେମିତି କି ଆଶା କର୍ମୀ ମାନଙ୍କୁ ସ୍ଥାୟୀ କର୍ମଚାରୀ ରୂପେ ଘୋଷଣା କରାଯାଉ, ଆଶା କର୍ମୀ ଟଙ୍କା ମାସିକ ବେତନ ଦିଆଯାଉ ,ସାମାଜିକ ସୁରକ୍ଷା ଅନ୍ତର୍ଗତ ପି.ଏଫ.ଓ ଇ.ଏସ.ଆଇ . ଲାଗୁ କରାଯାଉ , ଅବସର ଗ୍ରହଣ କରୁଥିବା ଆଶାକର୍ମୀ ମାନଙ୍କୁ 5 ଲକ୍ଷଟଙ୍କା ସହାୟତା ରାଶି ଓ ମାସିକ 5000 ଟଙ୍କା ପେନସନ ଦିଆଯାଉ ଦିଆଯିବା ଭଳି ଏମିତି 7 ଦଫା ଦାବି ନେଇ ରାଜରାସ୍ତା ରେ ଗର୍ଜିଛନ୍ତି ଆଶା ଦିଦି।କରୋନା ସମୟରେ ଆଶାକର୍ମୀ କରିଥିବା ଦୁଃସାହସିକ କାର୍ଯ୍ୟକୁ ଭୁଲିଯାଇ ସରକାର ତାଙ୍କର ଦାବୀକୁ ଅଣଦେଖା କରିଛନ୍ତି। ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।