ବହୁ ସଂଖ୍ୟାରେ ବାଂଲାଦେଶୀ ବାଲେଶ୍ୱର ଜିଲ୍ଲାର ସମୂଦ୍ର କୂଳ, ବସ୍ତି ଅଞ୍ଚଳରେ ଠିକଣା ବନାଇଛନ୍ତି । ଏପରିକି ଘର କେଉଁଠି ବୋଲି ପଚାରିଦେଲେ ଓଲଟା କରୁଛନ୍ତି ବିତଣ୍ଡା ଯୁକ୍ତି।ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବଢୁଛି ରାହିଙ୍ଗ୍ୟାଙ୍କ ସଂଖ୍ୟା । ଏହାସହିତ ବଢୁଛି ଆପରାଧିକ କାର୍ଯ୍ୟକଳାପର କଳା ତାଲିକା । ବିଦେଶୀଙ୍କ ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବା ସହ ସ୍ଥାନୀୟ ପୋଲିସ ପ୍ରଶାସନ ଓ ରାଜସ୍ବ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ବାରମ୍ବାର ଦାବି କରୁଛନ୍ତି ସ୍ଥାନୀୟ ଲୋକେ ।
ଏବେଠାରୁ ସାସତର୍କ ନହେଲେ ଆଗକୁ ବିଦେଶୀମାନେ ବଡ଼ ଧରଣର ସମାସ୍ୟାର କାରଣ ହେବେ ବୋଲି କହିଛନ୍ତି ଅବସରପ୍ରାପ୍ତ ବରିଷ୍ଠ ପୋଲିଶ ଅଧିକାରୀ।ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବେପାର ବାହାନାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ରାଜ୍ୟ ସରକାର ଜାଣୁ ଥିଲେବି, ଏଯାଏ ବିଦେଶୀଙ୍କୁ ଚିହ୍ନଟ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଆଗାମୀ ଦିନରେ ଯଦି ରୋହିଙ୍ଗ୍ୟା କୌଣସି ବଡ଼ ଧରଣର ସମସ୍ୟା ସୃଷ୍ଟି କରନ୍ତି, ସେଥିପାଇଁ କିଏ ଦାୟୀ ରହିବ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: