ଜାନୁଆରୀ 23 ତାରିଖ ନେତାଜୀ ଜୟନ୍ତୀରେ ନୂତନ ବସ ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀ ଶିଳା ନ୍ୟାସ କରିଥିଲେ। ୬୫ କୋଟି ଟଙ୍କା ବ୍ୟୟ ଅଟକଳରେ ଖାନନଗର ଠାରେ ନିର୍ମିତ ହେବାକୁ ଥିବା ଏହି ବସ ଟର୍ମିନାଲ ପ୍ରକଳ୍ପଟିକୁ ଦେଢ ବର୍ଷ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା । ୧୧ ହଜାର ବର୍ଗ ଫୁଟ ପରିମିତ ଜାଗାରେ ଏକକାଳିନ ୧୮୦ଟି ବସ ରହିବାର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତିତ ଦୁଇ ଚକିଆ ଏବଂ ୪ ଚକିଆ ଯାନ ପାଇଁ ଅଲଗା ଅଲଗା ପାର୍କିଂ ପ୍ଲେସ୍ ରହିବ । ଏହି ପାକିଂ ପ୍ଲେସ୍ରେ ଏକକାଳିନ ୨୭୫ଟି ଚାରି ଚକିଆ ଜାନ ପାର୍କିଂ କରି ପାରିବ ।
ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହେବାକୁ ଥିବା ଏହି ଟର୍ମିନାଲରେ ଯାତ୍ରୀ ବିଶ୍ରାମାଗାର, ଟିକେଟ କାଉଣ୍ଟର ଓ ସୂଚନା କେନ୍ଦ୍ର ମଧ୍ୟ ରହିବ । ଯାତ୍ରୀମାନଙ୍କ ପାଇଁ ସମସ୍ତ ମୌଳିକ ସୁବିଧା କରାଯିବାର ବ୍ୟବସ୍ଥା ରହିଛି। ତେବେ କାର୍ଯ୍ୟର ଅଗ୍ରଗତିରେ ଡେରି ହେଉଥିବାରୁ ପୁରୁଣା ବସ ଷ୍ଟାଣ୍ଡ ରେ ଯାତ୍ରୀ ମାନଙ୍କ ଅନେକ ଅସୁବିଧା ରହୁଛି । ଯାତ୍ରୀଙ୍କ ସୁବିଧା ପାଇଁ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ନିବେଦନ କରିଛନ୍ତି କଟକ ଘରୋଇ ବସ ମାଲିକ।