୫ବର୍ଷ ବିତିଗଲା କିନ୍ତୁ ମରାମତି ହେଲାନି ସ୍କୁଲ ଘର। ଅନେକ ସ୍ଥାନରେ ଛାତ ଫାଟି ଆଁ କରିଛି, କେବେ ବେଳେ ଯେ ଭୁଶୁଡି ଯିବ କହିହେବନି। କିନ୍ତୁ ଏଭଳି ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଏନେଇ ବିଇଓ ଓ ଡିଇଓଙ୍କୁ ବାରମ୍ବାର ଅଭିଯୋଗ ପରେ ବଡସାହି ପଞ୍ଚାୟତ ସମିତି ଡିପିଇପି ଯୋଜନାରେ ୨୦୧୬-୧୭ ଆର୍ଥିକ ବର୍ଷରେ ୪ ଲକ୍ଷ ୧୦ ହଜାର ଟଙ୍କାର ଅନୁଦାନ ଯୋଗାଇ ଦେଲେ । ଏହାପରେ ନିର୍ମାଣ ଆରମ୍ଭ ହେଲା, ମାତ୍ର ଅଧାପନ୍ତରିଆ ଭାବେ ପଡିରହିଛି, ଆଉ ଆସୁନି ଅନୁଦାନ।
ପଦାରେ ପଡିଛି ଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା। ପଦାରେ ପଡିଛି ଗ୍ରାମାଞ୍ଚଳରେ ଥିବା ସ୍କୁଲର ବାସ୍ତବ ସତ। ବିପଦସଙ୍କୁଳ ଅବସ୍ଥାରେ ଛାତ୍ରଛାତ୍ରୀ ପଢୁଥିଲେ ବି ପଡୁନି ସରକାରଙ୍କ ନଜର। କେବେ ନିର୍ମାଣ ହେବ ସ୍କୁଲ ଘର? ତାହା ଏବେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।