ସୂଚନା ଅନୁଯାୟୀ ଅର୍ଚ୍ଚନା ମାମଲାରେ ପାର୍ଟନର୍ ଖଗେଶ୍ୱରକୁ ଗିରଫ କରାଯାଇଛି। ୬ଦିନ ମଧ୍ୟରେ ସେ ପୋଲିସ ଆଗରେ କରୁଛି ସାଙ୍ଘାତିକ ଖୁଲାସା । ଖଗେଶ୍ବରକୁ ଇଡି ମାରାଥନ ଜେରା ଜାରି ରଖିଥିବା ବେଳେ ଇଡି ହାତରେ ଲାଗିସାରିଛି ଅନେକ ତଥ୍ୟ ପ୍ରମାଣ । ଅର୍ଚ୍ଚନାଙ୍କ ବାପାଙ୍କୁ ଜେରା ପରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସହ ଅର୍ଚ୍ଚନା ଲିଙ୍କରେ ଥିବା ୩ ବିଧାୟକଙ୍କୁ ପଚରାଉଚୁରା ପାଇଁ ନୋଟିସ କରିପାରେ ଇଡି । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ୫ଟି ଜାଲ୍ କମ୍ପାନୀ ଥିବା ନେଇ ସୂଚନା ମିଳିଛି । ଆଉ ଏହି ଜାଲ୍ କମ୍ପାନୀ ମାଧ୍ୟମରେ ହିଁ ଟଙ୍କା ନେଣଦେଣ ଚାଲିଥିବାର ପ୍ରମାଣ ପାଇସାରିଛି ଇଡି ।
କୁଆଡେ ଗଲା ଅର୍ଚ୍ଚନାଙ୍କ ଏଣ୍ଡଭର କାର?

ଅର୍ଗସ ବ୍ୟୁରୋ: କୁଆଡେ ଗଲା ଅର୍ଚ୍ଚନାଙ୍କ ଦାମୀ ଏଣ୍ଡଭର ଗାଡି। ଗାଡି ଗତିବିଧି ଜାଣିବା ପାଇଁ ଏନଏଚଆଇ ଠାରୁ ଫାଷ୍ଟେଗ ତଥ୍ୟ ମାଗିଛି ଇଡି। ଜଣେ ରାଜନେତା ଦେଇଥିବା 40 ଲକ୍ଷ କ୍ୟାସ ରେ ଗାଡି କିଣା ଯାଇଥିବା ସୂଚନା ମିଳିଛି। ସେପଟେ ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳିଙ୍କୁ ଖୋଜୁଛି ଇଡି। 6 ଦିନର ଜେରାରେ ଖଗେଶ୍ୱର ଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଇଡି।
Download Argus News App
