ସେପଟେ ଏପରି କୌଣସି ଘଟଣା ଘଟିନାହିଁ ବୋଲି ନୟାଗଡ଼ ପୋଲିସ କହିଛି। ମୁଖ୍ୟ ଅଭିଯୁକ୍ତ ବାବୁଲିକୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନଥିବା ବେଳେ ପରୀର ବାପା ମାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ଯଦି ପୋଲିସ କହିବା ମୁତାବକ ପରୀର ବାପା ମାଙ୍କୁ ସେମାନେ ଉଠାଇ ନେଇ ନାହାଁନ୍ତି ସେମାନଙ୍କୁ ଗାଏବ୍ କଲା କିଏ? ଝିଅର ହତ୍ୟାକାରୀଙ୍କୁ ଧରିବା ଦାବି କଣ ଅପରାଧ? ଛୋଟ ଝିଅଟିକୁ ନ୍ୟାୟ ଦେବା ପାଇଁ ଲଢେଇ କଣ ଅପରାଧ? ନୟାଗଡ଼ ଏସ୍ପି ତଦନ୍ତ କରାଇବେ କି ? କାହିଁକି ଚୁପ୍ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ? ନିଜ ଅଞ୍ଚଳର ଝିଅକୁ ନ୍ୟାୟ ଦେବା ପାଇଁ କାହିଁକି ତତ୍ପର ନୁହନ୍ତି ଅରୁଣ? କାହାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛି ନୟାଗଡ଼ ପୋଲିସ ? ଉତ୍ତର ରଖିବେ ବି ନୟାଗଡ଼ ଏସ୍ପି ପ୍ରତ୍ୟୁଷ ଦିବାକର? ସର୍ବସାଧାରଣରେ ଏଭଳି ଅନେକ ପ୍ରଶ୍ନ ଉଠୁଛି।
ଗତ ଜୁଲାଇ ମାସ ୧୪ ତାରିଖ ଦିନ ନୟାଗଡ ଜିଲ୍ଲା ସଦର ଥାନା ଯଦୁପୁର ଗାଁର ନାବାଳିକା ଅପହରଣ ସଂପର୍କରେ ପରିବାର ପକ୍ଷରୁ ନୟାଗଡ ସଦର ଥାନାରେ ଅଭିଯୋଗ କରାଯାଇଥିଲା। ଠିକ୍ ୭ ଦିନ ପରେ ସେହି ଗାଁର ତାଙ୍କ ଘର ନିକଟରେ ଥିବା ଏକ ପୋଖରୀରୁ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ନାବାଳିକାଙ୍କ ଶବ ପୋଲିସ ଉଦ୍ଧାର କରିଥିଲା