ଅର୍ଗସ ବ୍ୟୁରୋ: କୁଆଡ଼େ ଗଲା ମହାନଦୀରେ ବ୍ୟାରେଜ୍ ? ୧୦ ବର୍ଷ ତଳେ ରାଜ୍ୟ ସରକାର ବନ୍ଧ ପକାଇବାକୁ ଘୋଷଣା କରିଥିବା ବେଳେ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ କାହିଁକି ? କେତେଦିନ ଆଉ ଛତିଶଗଡ଼ କୋର୍ଟକୁ ବଲ୍ ଫିଙ୍ଗି ରାଜ୍ୟ ସରକାର ନିଜ ଦୋଷ ଖସାଇବେ ? ଗତକାଲି ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ା ଯାଇଥିବା ବେଳେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସେହି ପାଣି ସମୁଦ୍ରକୁ ବହିଯିବ । ମହାନଦୀ ତଳମୁଣ୍ଡରେ ଏଯାଏଁ ରାଜ୍ୟ ସରକାରଙ୍କ ନା ବ୍ୟାରେଜ କରିପାରିଲେ ନା କୌଣସି ବଡ଼ ପ୍ରକଳ୍ପ । ଏନେଇ ବିରୋଧୀ କାଲି ବିଧାନସଭାରେ ତମ୍ବିତୋଫାନ କରିଥିବା ବେଳେ ଶାସକ ଦଳ ବ୍ୟାକଫୁଟରେ ରହିଛି ।
ତେଣୁ କେତେ ବର୍ଷ ପରେ ସରକାରଙ୍କ ପ୍ରତିଶ୍ରୁତି ପୂରଣ ହେଉଛି ତାହା ହିଁ ବର୍ତ୍ତମାନ ସମୟରେ ସବୁଠୁ ବଡ଼ ପ୍ରଶ୍ନ । ପୂର୍ବରୁ ରାଜ୍ୟ ସରକାର ୭ଟି ସ୍ଥାନରେ ବ୍ୟାରେଜ ନିର୍ମାଣ ପାଇଁ ସ୍ଥାନ ଚୂଡ଼ାନ୍ତ କରିଥିଲେ । ଯାହା ମଧ୍ୟରେ ରହିଥିଲା ସମ୍ବଲପୁରର ଦେଓଗାଁ, ସୁବର୍ଣ୍ଣପୁରର ଗୋଧନେଶ୍ବର, କପାସିରା, ଖଇରମାଳ, ସୁବଳୟା, ବୌଦ୍ଧର ମଣିଭଦ୍ରା ଓ କଟକର ମୁଣ୍ଡଳି । ବ୍ୟାରେଜ ନିର୍ମାଣ ନେଇ ସେତେବେଳର ଜଳସମ୍ପଦ ମନ୍ତ୍ରୀ ଓ ସଚିବ କଣ କହିଥିଲେ ଆସନ୍ତୁ ଶୁଣିବା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।