ଏ ନେଇ ପାରିଶ୍ରମିକ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ସେମାନଙ୍କର ପ୍ରାପ୍ୟ ପାଇଁ ୨୬ ଅକ୍ଟୋବର ୨୦୨୨ରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲା ସଂଘ । ତେବେ ଡିଲର ସଂଘ ଦାବିର ଯଥେଷ୍ଟ ପୂର୍ବରୁ ୧୯ ସେପ୍ଟେମ୍ବର ୨୦୨୨ରେ ରାଜ୍ୟ ଖାଉଟି କଲ୍ୟାଣ ବିଭାଗକୁ ପଠାଇ ସାରିଛି। ରାଜ୍ୟରେ ଡିଲରମାନଙ୍କ ପ୍ରାପ୍ୟ ବାବଦକୁ ୧୧୦ କୋଟି ୮୬ ଲକ୍ଷ ଟଙ୍କା କେନ୍ଦ୍ର ପଠାଇଥିବା ଚିଠିରେ ଉଲ୍ଲେଖ ରହିଛି । ମାତ୍ର ଏହି ଟଙ୍କା ଯଦି ରିଟେଲରଙ୍କ ପାଖରେ ପହଞ୍ଚିନି ତାହେଲେ ଗଲା କୁଆଡେ ?
ସେପଟେ ରିଟେଲରଙ୍କ ପାଉଣା ଟଙ୍କାରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରିଛନ୍ତି ବିରୋଧୀ । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କଲା ଭଳି କେନ୍ଦ୍ର ପଠାଇଥିବା ରିଟେଲରଙ୍କ ପାରିଶ୍ରମିକ ବାବଦ ଅର୍ଥ ମଧ୍ୟ ହେରଫେର ହୋଇଛି ବୋଲି ଅଭିଯୋଗ କରିଛନ୍ତି ।
ଏପ୍ରିଲ ମାସ ୨୦୨୦ରେ ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଏହି ଯୋଜନାରେ ମାସିକ ରାସନ ସାମଗ୍ରୀ ପାଇବା ପରେ ଅତିରିକ୍ତ ଭାବରେ ମୁଣ୍ଡ ପିଛା ୫ କିଲୋ ଖାଦ୍ୟ ଶସ୍ୟ ଯୋଗାଇ ଥିଲେ କେନ୍ଦ୍ର ସରକାର । ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ୨୮ ମାସ ଧରି ୭ ଥର ବୃଦ୍ଧି କରାଯାଇଥିବା ବେଳେ ୨୦୨୨ ଡିସେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।