ହାଇ ଗ୍ରେଡ଼ ଆଈରନକୁ ଲୋଗ୍ରେଡ଼ ଆଇରନ କରିବା ଦ୍ବାରା DMF ଫଣ୍ଡରେ କେତେ କମିଲା, ରାଜସ୍ବ କେତେ କମିଲା ତାହା ସାର୍ବଜନୀନ କରନ୍ତୁ ବୋଲି ଦାବି କରିଛନ୍ତି। ଦୁର୍ନୀତିର ଅର୍ଥ କାହା ପାଖକୁ ଯାଉଛି ସେନେଇ ପ୍ରଶ୍ନ କରିଛନ୍ତି ଅପରାଜ॥
ବ୍ୟାପକ ଭ୍ରଷ୍ଟାଚାର ଏବଂ ଦୁର୍ନୀତି ହୋଇଥିବା କଥା ମାନିଛନ୍ତି ରାଜ୍ୟ ସରକାର: ଅପରାଜିତା

ଅର୍ଗସ ବ୍ୟୁରୋ: 2021-22ରେ ରାଜ୍ୟରେ ହୋଇଥିବା ଖଣି ନିଲାମରେ, ଖଣିଜ ପଦାର୍ଥକୁ ନେଇ ବ୍ୟାପକ ଭ୍ରଷ୍ଟାଚାର ଏବଂ ଦୁର୍ନୀତି ହୋଇଥିବା କଥା ମାନିଛନ୍ତି ରାଜ୍ୟ ସରକାର। ପ୍ରେସମିଟ୍ କରି ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲେଖିଥିବା ଚିଠିକୁ ନେଇ ଅପରାଜିତା କହିଛନ୍ତି। ହାଇ ଗ୍ରେଡ଼ ଆଇରନ ଓରକୁ ଲୋ ଗ୍ରେଡ କହିବାରୁ ହଜାର ହଜାର କୋଟି ଟଙ୍କା ରାଜସ୍ବ କ୍ଷତି ହୋଇଛି।
Download Argus News App
