ଉତ୍ତମ ଢାଲି ଜଣେ ଅଟୋରିକ୍ସା ଡ୍ରାଇଭର । ସେ କୌଣସି କାମରେ ଆରଟିଓ ଅଫିସ ଆସିଥିଲେ । ସେଠି ଜଣା ପଡିଲା ହେଲମେଟ ନ ପିନ୍ଧି ଥିବାରୁ ପୋଲିସ ୧୫୦୦ ଟଙ୍କା ଫାଇନ କଟାଯାଇଛି । ରାଜ୍ୟରେ ବିଭିନ୍ନ ସମୟରେ ଏଭଳି ଘଟଣା ମାନ ପ୍ରଶ୍ନ ଉଠଉଛି ସରକାରଙ୍କ ପରିବହନ କୁ କଡାକଡି ନିୟମ କରୁଥିବା ବେଳେ ।
ଏଇଠି ପୋଲିସ ବାବୁଙ୍କ ଅଯଥା ନିୟମ ଲୋକଙ୍କୁ ହଇରାଣ ହରକତ ହେବାକୁ ପଡୁଛି ଫାଇନ ଚକ୍କରରେ । କେବେ ଟ୍ରକ କେବେ କାର କେବେ ଅଟୋ ଡ୍ରାଇଭର କୁ ହେଲମେଟ ପାଇଁ ତଣ୍ଡ ଗଣିବାକୁ ପଡୁଛି । ଏସବୁକୁ ପୋଲିସ ର ଅତ୍ୟାଚାର କୁହାଯିବ ନା ଆଉ କଣ ?