କ୍ଷୁଦ୍ର, ନାମମାତ୍ର, ଭାଗ ଓ ଭୂମିହୀନ ଚାଷୀଙ୍କୁ କାଳିଆସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ କାଳିଆ ଟଙ୍କା । ଆଜି ଅପରାହ୍ନରେ କାଳିଆ ଯୋଜନାର ହିତାଧିକାରୀଙ୍କୁ ମିଳିବ ୨ହଜାର ଲେଖାଏଁ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ୨୦୨୨ ବର୍ଷ ପାଇଁ କାଳିଆ ଯୋଜନାରେ ଖରିଫ ସହାୟତା ଟଙ୍କା ମିଳିବ । ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇବେ ଏହି ସହାୟତା ଅର୍ଥ ।
ଏ ବାବଦରେ ରାଜ୍ୟ ସରକାର ୮ଶହ କୋଟି ଟଙ୍କା ପ୍ରଦାନ କରିବେ । ଅକ୍ଷୟ ତୃତୀୟା ଅବସରରେ ଆଜି ଅପରାହ୍ନରେ ଲୋକସେବା ଭବନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ପାଳନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କାଳିଆ ଯୋଜନା ହିତାଧିକାରୀଙ୍କୁ ୨୦୨୨ ବର୍ଷ ଖରିଫ ଚାଷ ପାଇଁ ୨ ହଜାର ଟଙ୍କା ଲେଖାଏ ମିଳିବ । ଅକ୍ଷୟ ତୃତୀୟା ଉତ୍ସବ ଅବସରରେ ସୁଗମ ପୋର୍ଟାଲ , କୃଷକ ଓଡ଼ିଶା ପୋର୍ଟାଲ, ଓଡ଼ିଶା ମିଲେଟ୍ ମିଶନର ପ୍ରଶସ୍ତୀକରଣ ପ୍ରମୁଖ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାକୁ ଥିବାବେଳେ ଏହି ଅବସରରେ ଚାଷୀଙ୍କୁ ସମ୍ବର୍ଦ୍ଧନା କରିବାର କାର୍ଯ୍ୟକ୍ରମ ରହିଛି ।