ପର୍ଯ୍ୟଟକଙ୍କ ଏହି ଡିମାଣ୍ଡ ଏବେ ପୂରଣ ହେବାକୁ ଯାଉଛି। ଆଉ ଦିନ କେଇଟା ପରେ ନନ୍ଦନକାନନ ପର୍ଯ୍ୟଟକଙ୍କୁ ଭେଟି ଦବ, ଧଳା ସିଂହ। ଗୌରବମୟ ଇତିହାସରେ ଯୋଡି ହେବ ଆଉ ଗୋଟିଏ ନୂଆ ଫର୍ଦ୍ଦ।
ବିଦେଶରୁ ଧଳା ସିଂହ ନନ୍ଦନକାନନ ଆଣିବାକୁ ଯୋଜନା କରାଯାଉଛି। ଏମିତିକି ଏହି ଯୋଜନା ଚୁଡାନ୍ତ ହେଲାଣି ବୋଲି ମଧ୍ୟ କୁହାଯାଉଛି। କେନ୍ଦ୍ରୀୟ ଚିଡିଆଖାନାର ଅନୁମୋଦନ ପରେ ନନ୍ଦନକାନନରୁ ଧଳା ବାଘ ବିନିମୟରେ ଇନ୍ଦୋର ଚିଡିଆଖାନାରୁ ଗଣ୍ଡା, ବିଟ୍ ଟେଲ୍ ମକାଉ ଏବଂ ଓଲଉ ଗିବନ ଭଳି ଯନ୍ତୁ ଆଣିବାକୁ ଯୋଜନା କରାଯାଉଛି।
ଏହି କ୍ରମରେ ବିଦେଶୀ ଚିଡିଆଖାନାରୁ, ଧଳା ସିଂହ, ଜେବ୍ରା ଓ କଙ୍ଗାରୁ ଆଣିବାକୁ ଯୋଜନା ଚୁଡାନ୍ତ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।