ପିଲାଚୋରି ଅଭିଯୋଗରେ ଗିରଫ ଆଶା କର୍ମୀଙ୍କ ଅଡିଓକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ବିରୋଧୀଙ୍କ ଅଭିଯୋଗ ପୂର୍ଣ୍ଣଚନ୍ଦ୍ର ହେଉଛନ୍ତି ମନ୍ତ୍ରୀ ଅରୁଣ ସାହୁଙ୍କ ଏକଦମ୍ ଖାସ୍ । ବିଜେଡିର ବାହୁବଳୀ ନେତାଙ୍କ ପୃଷପୋଷକତାରେ ନୟାଗଡ଼ରେ ଚାଲିଛି ପିଲାଚୋରି ରାକେଟ୍ ।
ଜାନୁୟାରୀ ୨୮ରେ ନୟାଗଡ଼ ହସ୍ପିଟାଲରୁ ନବଜାତ ଶିଶୁ ଗାୟବ ହୋଇଯାଇଥିଲା। ୫ ଦିନ ପରେ ପିଲା ଉଦ୍ଧାର ହେଲା ଭୁବନେଶ୍ବରରେ। ହେଲେ ଏବେ ବି ଅନେକ ଅସମାହିତ ପ୍ରଶ୍ନ। ଭୁବନେଶ୍ବରର କାହା ପାଖକୁ ଅଣାଯାଇଥିଲା ପିଲାକୁ, କେଉଁ ଗାଡିରେ ଆସିଥିଲା ପିଲା, କିଏ ଆଣିଥିଲା, କୁଆଡେ ଗଲା ସିସିଟିଭି ଫୁଟେଜ୍, ନୟାଗଡ଼ରେ କିଏ କଣ୍ଟ୍ରୋଲ କରୁଛି ପିଲା ଚୋରି ରାକେଟ ?
ଘଟଣାକୁ ୧୫ ଦିନ ବିତିଲାଣି। ହେଲେ ରୁଟରେ ପହଞ୍ଚିପାରୁନି ନୟାଗଡ଼ ପୋଲିସ। ବଡ଼ ପ୍ରଶ୍ନ ଆଶା ଦିଦିଙ୍କ ଅଡିଓ ଭାଇରାଲ୍ ପରେ ତାକୁ ତଦନ୍ତକୁ ନେବ କି ନୟାଗଡ଼ ପୋଲିସ, ପୂର୍ଣ୍ଣଚନ୍ଦ୍ରକୁ ପଚରାଉଚୁରା କରିବ କି ପୋଲିସ ନା ପୂର୍ଣ୍ଣ ସୁରକ୍ଷା ଅଭିଯାନରେ ପୋଲିସ, ପରୀର କେସରେ ପୋଲିସ ଯେଉଁ ସୁରକ୍ଷା ଦେଇଥିଲା ବାବୁଲିକୁ, ସେହି ସୁରକ୍ଷା ଏବେ ପୂର୍ଣ୍ଣକୁ, ବାବୁଲି ବି ଅରୁଣଙ୍କ ଖାସ୍, ପୂର୍ଣ୍ଣ ବି ଅରୁଣଙ୍କ ଖାସ୍, ସେଥିପାଇଁ ପ୍ରଥମରୁ ହିଁ ନିଖୋଜ ପିଲାର ପରିବାରକୁ ମାନସିକ ନିର୍ଯାତନା ଦେଇଥିଲା ପୋଲିସ, ଯେମିତି ନିର୍ଯାତନା ଦେଇଥିଲା ପରୀ ପରିବାରକୁ।
NCRB ରିପୋର୍ଟ କହୁଛି ରାଜ୍ୟରୁ ୬୯୧୨ ପିଲା ନିଖୋଜ ଅଛନ୍ତି। ଏଥିରୁ ନାବାଳିକା ୫୮୧୫, ନାବାଳକଙ୍କ ସଂଖ୍ୟା ୧୦୯୭ । ଉଦ୍ଧାର ହୋଇଛନ୍ତି ୩୬୪୧।