ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ପ୍ରତାପ ଜେନାଙ୍କ ପାଇଁ ପୁରା ସରକାର ଏବେ କାଠଗଡାରେ କାରଣ ସେ ନିଜେ ଆଇନ ମନ୍ତ୍ରୀ ଥିଲାବେଳେ ସରକାରୀ ଲ୍ୟାଣ୍ଡ ଫୋନରୁ ମୁଖ୍ୟ ଅଭିଯୁକ୍ତ ସହ ହତ୍ୟାକାଣ୍ଡ ଘଟିବା ପୂର୍ବରୁ ଓ ପରେ କଥା ହୋଇଥିଲେ । ଓଡ଼ିଶା ଇତିହାସରେ ବୋଧହୁଏ ଆଉ କେଉଁ ଆଇନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏଭଳି ମର୍ଡର ପ୍ଳାନିଙ୍ଗ ହୋଇନଥିବ । କିଛି ଦିନ ପରେ ପୁଣି ସେହି ମୁଖ୍ୟ ଅଭିଯୁକ୍ତର ସନ୍ଦେହ ଜନକ ସ୍ଥିତିରେ ହତ୍ୟା ହୋଇଯିବା କଣ ସ୍ପଷ୍ଟ କରୁଛି ? ନିଜର ସମସ୍ତ ସମ୍ପୃକ୍ତିକୁ ଲିପା ପୋଛା କରିବା ପାଇଁ ପ୍ରତାପ ଜେନା ପୁନଃ ଆଉ ଏକ ହତ୍ୟାକାଣ୍ଡ ଭିଆଇଲା ଭଳି ଲାଗୁ ନାହିଁ କି ?
ଏବେ ଏବେ ଗଞ୍ଜାମରେ, ଢେଙ୍କାନାଳରେ ଯେଉଁ ଭଳି ରାଜନୈତିକ ହତ୍ୟାକାଣ୍ଡ ଘଟୁଛି ତାହା ଆମ ପାଇଁ ଚିନ୍ତାଜନକ ବିଷୟ ନୁହେଁ କି ? ସମସ୍ତ ଘଟଣାରେ ଶାସକ ଦଳର ସମ୍ପୃକ୍ତି କଥା ଗଣମାଧ୍ୟମରେ ଆସୁଛି । ନିରବଛିନ୍ନ 23 ବର୍ଷର କ୍ଷମତାର ଏହା କଣ ସାଇଡ ଏଫେକ୍ଟ କି ?
ମୁଖ୍ୟମନ୍ତ୍ରୀ ଏବେ ସବୁବେଳେ ବିରୋଧୀଙ୍କୁ ଜନ ବିରୋଧୀ ବୋଲି କହୁଛନ୍ତି । କିନ୍ତୁ ତାଙ୍କ ଦଳର ଏହି ତିନି ଜଣ ବିଧାୟକ, ବିଜୟ ଶଙ୍କର ଦାସ, ଶ୍ରୀକାନ୍ତ ସାହୁ, ବ୍ରଜ ପ୍ରଧାନ ଏମାନେ କଣ ଜନ ବିରୋଧୀ ନୁହନ୍ତି ? ସେମାନଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯ୍ୟାତନାର ଅଭିଯୋଗ କଣ ମୁଖ୍ୟମନ୍ତ୍ରୀଙ୍କ ଜନ ବିରୋଧୀ ସଂଜ୍ଞାରେ ଆସୁନାହିଁ କି ?
ମମିତା ମେହେର ହତ୍ୟାକାଣ୍ଡରେ ବିଧାୟକ ଦିବ୍ୟଶଙ୍କର ମିଶ୍ର, ପରି ହତ୍ୟାକାଣ୍ଡରେ ଅରୁଣ ସାହୁ, ସୌମ୍ୟରଂଜନ ହତ୍ୟା ଘଟଣାରେ ବିକ୍ରମ ଆରୁଖ, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟାରେ ସମୀର ଦାସଙ୍କ ସମ୍ପୃକି ବିଷୟରେ ଯେଉଁ ପ୍ରମାଣ ସବୁ ଗଣମାଧ୍ୟମରେ ଘୁରି ବୁଲୁଛି ତାହା କଣ ଜନବିରୋଧି ନୁହେଁ କି? ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ? ଆଜି ବିଜୁ ଜନତା ଦଳ ଅପରାଧୀମାନଙ୍କ ବସା ପାଲଟିଛି l
ଆହୁରି ପଢନ୍ତୁ ଓଡିଶା ଖବର...