ହୁଏତ ଆପଣ ନିରୁତ୍ତର ରହିବେ, ନ ଚେତ୍ କହିବେ, ପ୍ରଶ୍ନଟି ଭୁଲ୍।
କିନ୍ତୁ ଆମେ ଆଜି ଆପଣଙ୍କୁ ଭଗବାନ ରାମଙ୍କ ଭଉଣୀଙ୍କ ବିଷୟରେ କହିବୁ। ଦଶରଥଙ୍କ ୪ ପୁଅଙ୍କ ଭିତରୁ ସବା ବଡ଼ ହେଉଛନ୍ତି ରାମଚନ୍ଦ୍ର। ତାଙ୍କ ପରେ ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ। କିନ୍ତୁ ଭଗବାନ ରାମଙ୍କର ଜଣେ ବଡ଼ ଭଉଣୀ ମଧ୍ୟ ଅଛନ୍ତି। ନାଁ ତାଙ୍କର ଶାନ୍ତା। କୌଶଲ୍ୟାଙ୍କ ପ୍ରଥମ ସନ୍ତାନ ହେଉଛନ୍ତି ଶାନ୍ତା। ଯେ ବଡ଼ ହୋଇ ଋଷୀ ଶୃଙ୍ଗିଙ୍କୁ ବିବାହ କରିଥିଲେ ଆଉ ଏହି ମହାନ୍ ଋଷୀଙ୍କ ସକାଶେ ପୁତ୍ର କାମେଷ୍ଠି ଯଜ୍ଞ କରିବା ପରେ ଯାଇ ହିଁ ଭଗବାନ ରାମ ନିଜ ୩ ଭ୍ରାତାଙ୍କ ସହ ଭୂମିଷ୍ଠ ହୋଇଥିଲେ।
ରାମାୟଣରେ କେମିତି ଗୌଣ ହୋଇଗଲା ଶାନ୍ତାଙ୍କ ଚରିତ୍ର ?
ରୋମପାଦ ନାମକ ଜଣେ ରାଜା ଏକଦା ଭ୍ରମଣ କରୁକରୁ ଅଯୋଧ୍ୟାରେ ଆସି ପହଞ୍ଚିଥିଲେ। ସେଠାରେ ଦଶରଥଙ୍କ ସହ ତାଙ୍କର ମିତ୍ରତା ହୋଇ ଯାଇଥିଲା। ହେଲେ ନିଃସନ୍ତାନ ଥିବାରୁ ରୋମପାଦ ବଡ଼ ପରିତାପରେ ଥିଲେ । ଏ କଥା ଜାଣିବା ପରେ ଦଶରଥ ନିଜ ଏକମାତ୍ର କନ୍ୟା ଶାନ୍ତାଙ୍କୁ ରୋମପାଦଙ୍କୁ ଅର୍ପଣ କରିଥିଲେ। ରୋମପାଦ କନ୍ୟାରତ୍ନ ପାଇ ବଡ଼ ଖୁସିରେ ନିଜ ରାଜ୍ୟକୁ ଫେରିଥିଲେ। ପରବର୍ତ୍ତି ସମୟରେ ରୋମପାଦ ଶୃଙ୍ଗିଙ୍କୁ ବିବାହ କରିଥିଲେ। ଇଏ ସେହି ରୁଷୀ ଶୃଙ୍ଗୀ, ଯାହାଙ୍କ ଯଜ୍ଞର ଫଳ ଭାବେ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଜନ୍ମ ହୋଇଥିଲା।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ