ଏତଲା ଆଧାରରେ ପୋଲିସ ସ୍କାନରରେ ରହିଛନ୍ତି ମୋଟ ଛଅଜଣ। ଏମାନଙ୍କ ମଧ୍ୟରେ କେବଳ ହରୀ ପଣ୍ଡା, ଟୁଟୁ ଆଉ କୁନମୁନର କାଳିଆ ପଢିଆରୀ ହତ୍ୟାକାଣ୍ଡ ସହ ସିଧାସଳଖ ସମ୍ପର୍କ ରହିଥିବା ପୁଲିସ ହାତରେ ଲାଗିଛି ଠୋସ ପ୍ରମାଣ। ଅନ୍ୟତମ ଅଭିଯୁକ୍ତ ଟୁଟୁର କ୍ରାଇମ୍ ରେକର୍ଡ ବେଶ୍ ଲମ୍ବା । ବ୍ରହ୍ମପୁରର ବହୁଚର୍ଚ୍ଚିତ ଚିକେନ ରବି ହତ୍ୟାକାଣ୍ଡରେ ଗିରଫ ହୋଇ ଜେଲ ଯାଇଥିଲା ଟୁଟୁ। ପୋଲିସ ସ୍କାନରରେ ୬ ଜଣ । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ବେଳେ ସେମାନଙ୍କ ଗିରଫଦାରୀ ପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ପୋଲିସ ଟିମ୍ ପକ୍ଷରୁ ଚଢାଉ କରାଯାଉଥିବା ସୂଚନା ଦେଇଛନ୍ତି ପୁରୀ ଏସପି। ଦିନ ଦ୍ବିପ୍ରହରରେ ହତ୍ୟା ଘଟଣା ପରେ ସେବାୟତ ମହଲରେ ଛନକା ପଶିଛି।
ବୁଧବାର ପୂର୍ବାହ୍ନରେ ସୁଆର ମହାସୁଆର ନିଯୋଗର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପଢିହାରୀ ନୃସିଂହ ପ୍ରଭୁଙ୍କୁ ଦର୍ଶନ ପାଇଁ ଯାଇଥିବାବେଳେ ଜାଗା ପରିସରରେ ହଠାତ୍ ଦୁଇ ଦୁର୍ବୃତ୍ତ ପହଞ୍ଚି ଅଚାନକ ଗୁଳି ଚଳାଇଥିଲେ। ତିନୋଟି ଗୁଳି କାଳିଆଙ୍କ ମୁଣ୍ଡ , ପିଞ୍ଜରା ଓ ଛାତିରେ ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।