କର୍ମକର୍ତ୍ତା ମାନେ ଏହାକୁ ଦେଖିବା ସମୟରେ ଏକ ହିନ୍ଦୁତ୍ୱବାଦୀ ଧାରଣା ଜାତ ହେଉଥିବା ଦେଖିବାକୁ ମିଳିଥିଲା । ସମସ୍ତ ସଦସ୍ୟ ମାନେ ଧାଡିରେ ଶୃଙ୍ଖଳିତ ଭାବେ ହଲ ମଧ୍ୟକୁ ପ୍ରବେଶ କରି ଫିଲ୍ମୀ ଦେଖିଥିଲେ । ଫିଲ୍ମକୁ ଦେଖିଥିବା ଦର୍ଶକ ମାନେ କୁହନ୍ତି ଆମ ଯୁବ ବର୍ଗ ଏହି ଫିଲ୍ମକୁ ବିପୁଳ ମାତ୍ରାରେ ଦେଖିବାର ଆବଶ୍ୟକତା ରହିଛି ।
ଅନେକ ଫିଲ୍ମୀରେ ବିଭିନ୍ନ କୁ ସଂସ୍କାର ରହିଥିବା ଦେଖିବାକୁ ମିଳୁଥିବା ବେଳେ ଏଥିରେ ଆମ ସଂସ୍କୃତିକୁ କିପରି ଧ୍ବଂସ କରାଯାଇଛି ତାହାର ପ୍ରମାଣ ଦେଖିବାକୁ ମିଳିଛି । ଏହି ଫିଲ୍ମୀ ଦ୍ୱାରା ଲୁଚା ହୋଇ ରହିଥିବା ଅନେକ ଭାବନାତ୍ମକ ଘଟଣା ଜାଣି ପାରିଛୁ ଯେଉଁ ଘଟଣା କୁ ଲୁଚେଇ ରଖା ଯାଇଥିଲା ତାହା ପ୍ରତ୍ୟେକ ହିନ୍ଦୁ ସମାଜ ଜାଣିବା ପାଇଁ ଏହି ଫିଲ୍ମୀ ଦେଖିବାର ଆବଶ୍ୟକତା ରହିଛି।