ଭୁବନେଶ୍ୱର: ଯୋଜନା ହେଉଛି ବାଟବଣା । ପଂଚାୟତ ସ୍ତରରେ ଠିକ ଭାବେ ପହଂଚୁ ନାହିଁ ସରକାରୀ ଯୋଜନା । ଏଭଳି ବୟାନ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ । ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି କେବଳ ଯୋଜନା ନୁହେଁ ରାଜଧାନୀରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପ୍ରଦର୍ଶନୀ ହେଉଛି । ହେଲେ ଏହାର ଠିକ୍ ଭାବେ ପ୍ରଚାର ପ୍ରସାର ହୋଇପାରୁନି । ଯେମିତିକି କୃଷି ଯନ୍ତ୍ରାଂଶ ଗୁଡିକର ଠିକ ଭାବେ ପ୍ରଚାର ପ୍ରସାର ହୋଇପାରୁ ନଥିବା ହେତୁ ଲୋକେ ଏହାର ସୁଫଳ ପାଉନାହାନ୍ତି । ଶୁଣନ୍ତୁ କଣ କହି ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।
ଅର୍ଗସ ବ୍ୟୁରୋ: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଦୁଇ ନିଲମ୍ବନ ଝଡ଼ । ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଗୃହରେ ବିଜେପି ସଦସ୍ୟଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ୍ ତଳେ ଜୋରଦାର୍ ପ୍ରତିବାଦ କରିଛି ବିଜେପି । ବିଧାନସଭା ପରିଚାଳନାରେ ପକ୍ଷପାତିତା କରାଯାଉଥିବା ଅଭିଯୋଗ । ପ୍ରବଳ ହଙ୍ଗାମା ପାଇଁ ଅପରାହ୍ନ 4ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଶାସକ ଦଳକୁ ଯେତେବେଳେ ସଙ୍କଟ ଆସୁଛି ସେତେବେଳେ ସେ ଗୃହକୁ ମୁଲତବି କରୁଛନ୍ତି । ସର୍ବଦଳୀୟ ବୈଠକ ଡାକୁନାହାଁନ୍ତି । ବିଧାନସଭା କିପରି ନଚାଲିବ, ସେଥିପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି ।
ଶାସକ ଦଳ UNPARLIAMENTARY ଶବ୍ଦ ବ୍ୟବହାର କଲେ ତାକୁ ବାଦ୍ ଦିଆଯାଉନାହିଁ । ଶାସକ ଦଳର କଣ୍ଢେଇ ସାଜିଛନ୍ତି ବାଚସ୍ପତି । ଆମକୁ କହିବାକୁ ସୁଯୋଗ ଦିଆଯାଉ ନାହିଁ । ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ଜୟନାରାୟଣ ମିଶ୍ର ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ଥର । ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୩ଟି ଗେଟ୍ । ମୋଟ ୧୦ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ବାମ ପାର୍ଶ୍ବରେ ୭ ଓ ଡାହାଣ ପାର୍ଶ୍ବରେ ୩ ଗେଟ୍ ଦେଇ ଜଳ ନିଷ୍କାସିତ କରାଯାଉଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ୬୨୯.୬୫ ଫୁଟ ରହିଛି। ପ୍ରତିସେକେଣ୍ଡରେ ୧ ଲକ୍ଷ ୧୬ ହଜାର ୦୮୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୫୪ ହଜାର ୨୦୭ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଆଗକୁ ଜଳସ୍ଥର ବଢିଲେ ଆଉ ଗେଟ ଖୋଲାଯିବା ବୋଲି କୁହାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ରାୟଗଡା: ବିଷମକଟକ ଥାନା ନିରଗୁଣ୍ଡି ଗ୍ରାମ ବାରବଖରା ଅଞ୍ଚଳର ନିଳଗିରି ତୁଟାରେ ଏକ ନର କଙ୍କାଳ ଠାବ କରିଛି ପୋଲିସ l ଏହି ନରକଙ୍କାଳ ନିରଗୁଣ୍ଡି ଗ୍ରାମର ସ୍ବାମ ମାଣ୍ଡିକାର ବୋଲି ପରିବାର ପକ୍ଷରୁ ଜଣାପଡିଛି l ତେବେ ସ୍ବାମ ମାଣ୍ଡିକା ବହୁଦିନ ହେବ ମାନସିକ ଅବସ୍ଥାରେ ଗାଁ ଗାଁ ବୁଲି ରହୁଥିଲା
l ଦିର୍ଘଦିନ ଧରି ନିଜଗ୍ରାମକୁ ଆଉ ଫେରିନଥିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିବାପରେ ଗତକାଲି ସନ୍ଧ୍ୟା ସମୟରେ ନିଳଗିରି ତୁଟାରେ ଏକ ନରକଙ୍କାଳ ଦେଖି ସ୍ବାମ ମାଣ୍ଡିକାର ବୋଲି ଜାଣିବାକୁ ପାଇ ଏହାର ଉପଯୁକ୍ତ ତଦନ୍ତ କରିବାପାଇଁ ବିଷମକଟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଆଜି ଘେଟଣାସ୍ଥଳରେ ପୋଲିସ ପହଞ୍ଚି ନର କଙ୍କାଳକୁ ଦେଖିବାପରେ ସାଇଣ୍ଟଫିକ୍ ଟିମ୍ କୁ ଖବର ଦେଇ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି l ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ନାନା ସନ୍ଧେହ ଜାରି ରହିଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର