ଖାଲି ସେତିକି ନୁହେଁ ଗୋପାଳ ଟେଷ୍ଟ ସମୟରେ ଯାହା କହିଥିବ ସବୁ ଯେ ସତ, ସେ ଗ୍ୟାରେଣ୍ଟି ବି ନାହିଁ। ଗୋପାଲର ସାମ୍ବାଦିକ ସମ୍ମିଳନୀ ପାଇଁ କହିବା ଏବଂ ରାଗରୁ ହତ୍ୟା ପ୍ଲଟ ପଛରେ କିଏ ? ଗୋପାଳ ମେଡିସିନ୍ ଖାଉନଥିଲା ରାଗ କମିଯିବଏ ଥିଓରୀ କାହାର ? ଜଷ୍ଟିସ ଜେ.ପି ଦାସଙ୍କ ତଦାରଖ କୋର୍ଟ ମନିଟର୍ଡ ନୁହେଁ
କାହିଁକି ଡିଜିପି କହିଲେ କୋର୍ଟ ମନିଟରରେ ହେଉଛି ତଦାରଖ?
କାହିଁକି ନବ ଦାସ ଙ୍କୁ ଭୁବନେଶ୍ବର ଅଣାଯାଇ ଟ୍ରିଟମେଣ୍ଟର କରାଗଲା ନାଟକ, ପାଇଖାନା ଟାଙ୍କିରୁ କାଗଜ ଟୁକଡା ଗପ ନା ସତ, ନବ ଦାସଙ୍କ ସମର୍ଥକଙ୍କର ନାହିଁ କ୍ରାଇମବ୍ରାଞ୍ଚ ଉପରେ ଭରସା।
ଅଭିଯୋଗ ହେଉଛି ନବଙ୍କ ସାମ୍ରାଜ୍ୟ ହାଇଜାକ୍ ପାଇଁ ହୋଇଥିଲା ବଡ଼ ଷଡଯନ୍ତ୍ର। ଗୋପାଳକୁ ମୋହରା କରି ହତ୍ୟା କରାଯାଇଛି ମନ୍ତ୍ରୀ ନବ ଦାସଙ୍କୁ। ପଛରେ କୋଇଲା ବେପାର ବି ହୋଇପାରେ ବଡ କାରଣ । ହେଲେ କ୍ରାଇମବ୍ରାଞ୍ଚ ଷଡଯନ୍ତ୍ର ଦିଗକୁ ନେଇ କରିବ ତ ତଦନ୍ତ |
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ