.@bjd_odisha ର ଦୋମୁହାଁ ଚରିତ୍ର ପୁଣି ଥରେ ସାମନାକୁ ଆସିଛି।
ନିକଟରେ ମୋଦୀ ସରକାର ଧାନ ସମେତ ୧୭ଟି ଫସଲପାଇଁ ଏମଏସପି ବଢାଇଛନ୍ତି। ଧାନର ଏମଏସପି ୧୯୪୦ରୁ ବଢି ୨୦୪୦ ହୋଇଛି । ଏହାକୁ ନେଇ ବିଜେଡ଼ି ସରକାରର କୃଷି ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ଵାଇଁ ନିଜର ଖୁସି ବ୍ୟକ୍ତ କରୁଥିବା ବେଳେ ବିଜେଡ଼ିର ମୁଖପାତ୍ର ସସ୍ମିତ ପାତ୍ର କିନ୍ତୁ ଦୁଃଖି pic.twitter.com/BqDO5HIdgR — Lekha Samantsinghar (@DrLekhaShree) June 12, 2022
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୬ରେ ବରଗଡ଼ରେ ଧାନର ଏମଏସପିରେ ୧୦୦ ଟଙ୍କା ବୋନସ ଘୋଷଣା କରିଥିଲେ କିନ୍ତୁ ଏଯାଏଁ ପ୍ରତିଶ୍ରୁତି ପାଳନ କଲେନି । ଅନେକ ପଡୋଶୀ ରାଜ୍ୟ ବୋନସ ଦେଉଥିବା ବେଳେ ରାଜ୍ୟ ସରକାର ଦେଉନାହାନ୍ତି କାହିଁକି ? ବିଜେଡି ଏହାର ଉତ୍ତର ଦେବା ସହ ମଣ୍ଡି ଅବ୍ୟବସ୍ଥା କେବେ ଦୂର ହେବ ସେକଥା ବି କୁହନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର ।
ସେପଟେ ଜଣେ ସରକାରରେ ଅଛନ୍ତି ଆଉ ଜଣେ ମୁଖପାତ୍ର । ତାଙ୍କର ଏପରି ବୟାନ୍ ବିଜେଡିର ଦୋମୁହାଁ ଚରିତ୍ରକୁ ପଦାରେ ପକାଇଦେଇଛି ବୋଲି କହିଛି ବିଜେପି । ଏନେଇ ବିଜେପିର କହିବା କଥା ମୋଦି ସରକାର ଧାନର କୁଇଣ୍ଟାଲ ମୂଲ୍ୟ 2040 ଟଙ୍କା କରିଲେ । ତେବେ ରାଜ୍ୟ ସରକାର ଚାଷୀଙ୍କୁ ବୋନସ କାହିଁକି ଦେଉନାହାନ୍ତି । ବରଗଡର ସୋହେଲା ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେ ପ୍ରତିଶ୍ରୁତି କୁଆଡେ ଗଲା । ସେପଟେ କଂଗ୍ରେସର କହିବା କଥା ଓଡିଶାର ଚାଷୀକୂଳଙ୍କୁ ବଞ୍ଚାଇବାକୁ ହେଲେ ଏ ସରକାରଙ୍କୁ ପ୍ରଥମେ ହଟାଇବାକୁ ପଡିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ଦେଶର ଚାଷୀ । ଚାଷୀଙ୍କ କଲ୍ୟାଣ ପାଇଁ ବ୍ୟାପକ ଯୋଜନା । ସବକା ସାଥ୍ , ସବକା ବିକାଶ ହେଉଛି ମୋଦି ସରକାରଙ୍କ ନାରା । କ୍ଷମତାକୁ ଆସିବା ପରେ ମୋଦି ସରକାର କ୍ରମାଗତ ଭାବେ ଏମଏସପି ବଢାଇବାରେ ଲାଗିଛନ୍ତି । 2014ରେ ଧାନର ଏମ ଏସ ପି ଥିଲା 1310 ଟଙ୍କା । 2020ରୁ -2022-ତିନିବର୍ଷ ଲଗାତର ଭାବେ ବଢିଛି ଏମ ଏସ ପି । ଆଉ ଏବେ ଧାନର ସହାୟକ ମୂଲ୍ୟ ପହଁଞ୍ଚିଛି 2040 ଟଙ୍କାରେ । ପଡୋଶୀ ରାଜ୍ୟରେ ଧାନ ଉପରେ ବୋନସ ମିଳୁଥିବା ବେଳେ ଓଡିଶାରେ ତ ବୋନସ ମିଳୁନି ବରଂ ଧାନମଣ୍ଡିର ବ୍ୟାପକ ଅବ୍ୟବସ୍ଥା ଚାଷୀଙ୍କୁ ସମସ୍ୟା ଭିତରକୁ ଠେଲି ନେଉଛି ।