ଭୁବନେଶ୍ୱର: ବଡବଡିଆ ଅଫିସରଙ୍କ ଦେହରେ ହାତ ମାରି ପାରୁନାହାନ୍ତି ସରକାର । ତଳତଳିଆ କର୍ମଚାରୀଙ୍କ ବିରୋଧରେ ଆକ୍ସନ ନେଇ ବାହାବା ସାଉଁଟୁଛନ୍ତି ମୁଖ୍ୟମନ୍ତ୍ରୀ । ବିଧାନସଭା ରିପୋର୍ଟ କହୁଛି ରାଜ୍ୟରେ ଗତ 9 ବର୍ଷ ହେଲା 255 ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ନେଇ ଭିଜିଲାନ୍ସ କେସ ପଡି ରହିଛି ।
ଏହା ମଧ୍ୟରେ ମାଳ ମାଳ ଓଏସ ଅଫିସର ଥିବା ବେଳେ ପ୍ରାୟ 12ଜଣ ଆଇଏଏସ ଅଧିକାରୀମାନେ ମଧ୍ୟ ରହିଛନ୍ତି । ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଆଇଏସ ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ମାତ୍ରା ବହୁ କମ୍ । ଏହିପରି 31 ଜଣ ଆଇଏସ ଅଫିସରଙ୍କ ନାମକୁ ଖୁଲାସା କରିଛି ଓଡିଶା ସୂଚନା ଅଧିକାର ଅଭିଯାନ । ଯେଉଁମାନଙ୍କ ବିରୁଦ୍ଧରେ ରହିଛି ଗଣ୍ଡା ଗଣ୍ଡା ଭିଜିଲାନ୍ସ କେସ ତଥାପି ବି ସେମାନଙ୍କ ଉପେର କାର୍ଯ୍ୟାନୁଷ୍ଠାନ ନେବାର ସରକାର ଦେଉଛନ୍ତି ପଛଘୁଞ୍ଚା ।
ଏଥିରେ ରହିଛନ୍ତି ସଚିବ ବିଷ୍ଣୁ ପଦ ସେଠୀଙ୍କ ସମେତ ବହୁ ବରିଷ୍ଠ ଆଇଏସ ଅଧିକାରୀ । ଖାଲି ସେତିକି ନୁହେଁ 2010 ମସିହାର ବହୁ ଚର୍ଚ୍ଚିତ ଡାଲି ଦୁର୍ନୀତି ମାମଲାରେ ତିନି ଆଇଏସ ଅଫିସରଙ୍କ ନାମ ଯୋଡି ହୋଇଥିବା ବେଳେ ବର୍ତ୍ତାମନ ସେଥିରୁ 2 ଜଣଙ୍କ ନାମକୁ ହଟାଇ ଦିଆଗଲାଣି । ସେହିଭଳି ଅନେକ କେସରେ ଭିଜିଲାନ୍ସ ନିଜ ଆଡୁ ଦୁର୍ନୀତି ଅଭିଯୋଗରେ ଯୋଡି ହୋଇଥିବା କିଛି ଅଫିରସଙ୍କୁ କ୍ଲିନ ଚିଟ ଦେଇ କେସକୁ ବନ୍ଦ ମଧ୍ୟ କରି ଦେଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ।
ସରକାର ଦୁର୍ନୀତିଗ୍ରସ୍ତ ଆଇଏସ ଅଫିସରମାନଙ୍କୁ ଘଣ୍ଟ ଘୋଡାଉଛନ୍ତି ନଚେତ ସେମାନଙ୍କୁ ଡରାଇ ରଖିବା ପାଇଁ ମିଛ କେସ କରୁଛନ୍ତି ବୋଲି କହିଛନ୍ତି ପ୍ରଦୀପ । ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ର । 19 ବର୍ଷ ପରେ ଏବେ ତିନି ମାସ ଧରି ଜାରି ରହିଛି ନବୀନ ପଟ୍ଟାନାୟକଙ୍କ କାର୍ଯ୍ୟାନୁଷ୍ଠାନ । 90 ଦିନରେ 40ରୁ ଅଧିକ କର୍ମଚାରୀଙ୍କୁ ବରଖାସ୍ତ ନିର୍ଦ୍ଦେଶ ଦେଲେଣି ମୁଖ୍ୟମନ୍ତ୍ରୀ । ଦୁର୍ନୀତିଗ୍ରସ୍ତଙ୍କ ଉପରେ ସରକାରଙ୍କ ଏପରି ସର୍ଜିକାଲ ଷ୍ଟ୍ରାଇକ ସରକାରୀ ଅଫିସରଙ୍କର ବଢାଇଛି ହୃଦ କମ୍ପନ । ସବୁଥର ବଳି ପଡୁଛନ୍ତି କିଛି ତଳିଆ କର୍ମଚାରୀ, ପ୍ରଧାନ ଶିକ୍ଷକ, ଇଂଜିନିୟର ଓ ରେଭିନ୍ୟୁ ଇନସପେକ୍ଟର । ମାତ୍ର ଦୁର୍ନୀତି ଅଭିଯୋଗ ଆସିଥିବା ଅନେକ ବଡବଡିଆ ଅଫିସରଙ୍କ ଦେହରେ ହାତ ମାରିପାରୁ ନାହାନ୍ତି ସରକାର ।
ତେବେ ବାରମ୍ବାର କାହିଁକି ବଳି ପଡୁଛନ୍ତି ତଳିଆ କର୍ମଚାରୀ ହେଲେ ଧରାପଡୁନାହାନ୍ତି ଉଚ୍ଚ ପଦସ୍ତ ଅଧିକାରୀ ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଖାଲି ସେତିକି ନୁହେଁ ତଳିଆ କର୍ମଚାରୀଙ୍କୁ ତଡି ସରକାର ବାହା ବାହା ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ସେପଟେ ଏହାର ଯବାବ ରଖିଛି ଶାସକ ଦଳ ବିଜେଡି ।
ଅର୍ଗସ ବ୍ୟୁରୋ : ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର ପ୍ରସଙ୍ଗ । କାହିଁକି ଗିରଫ ହୋଇନାହାନ୍ତି ସୁଧାଂଶୁ ବୋଲି ପ୍ରଶ୍ନ କଲେ ବିଜେପି ବିଧାୟକ । ଭିଜିଲାନ୍ସ ତଦନ୍ତରେ ସୁଧାଂଶୁଙ୍କ ସମ୍ପୃକ୍ତି ବିଷୟରେ ସ୍ପଷ୍ଟ ହୋଇଛି । ସୁଧାଂଶୁଙ୍କ ଦ୍ବାରା ହୋଇଥିବା ମହାଠକେଇ ହେଉଛି ୨୦୧୭ରୁ ୨୦୨୦ ସମୟରେ । ଚାଷୀଙ୍କର କୋଟି କୋଟି ଟଙ୍କାର ସବସିଡି ହଡ଼ପ ନେଇ ଭିଜିଲାନ୍ସ ତଦନ୍ତରେ ସ୍ପଷ୍ଟ ହୋଇଛି । ସ୍ପଷ୍ଟ ହେବା ପରେ ବି କାହିଁକି ରାଜ୍ୟ ସରକାର ଦୀର୍ଘ ଦିନ ଧରି ଚୁପ୍ ବସିଥିଲେ ?
ଅଧିକ ପଢନ୍ତୁ ଓଡ଼ିଶା ଖବର
ଲୋକାୟୁକ୍ତଙ୍କ ରିପୋର୍ଟରେ ଅଭିଯୋଗ ପ୍ରମାଣିତ ପରେ ବି କାହିଁକି ଗିରଫ ହୋଇନାହାନ୍ତି ସୁଧାଂଶୁ ? କେବେ ଚାଷୀମାନେ ହରାଇଥିବା ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଫେରି ପାଇବେ ? । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରେସ୍ ରିଲିଜ୍ କେବେ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସ୍ଵଚ୍ଛ ଭାବମୂର୍ତ୍ତିର ନାଟକ ଆଉ ଲୋକେ ବିଶ୍ଵାସ କରୁନାହାନ୍ତି । ବିଜେଡିର ୪୦ ବିଧାୟକଙ୍କ ନାଁରେ ସଙ୍ଗିନ ଅପରାଧିକ ମାମଲା ରହିଛି । ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶ୍ନ କରିଛନ୍ତି ମୁକେଶ ମହାଲିଙ୍ଗ ।
ସେପଟେ ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରଶ୍ନ କଲେ ମିଛ ମାମଲାରେ ଫସାଯିବ ବୋଲି ସେ କହିଛନ୍ତି । ଯେଉଁ ଗଣମାଧ୍ୟମ ଏହି ପ୍ରଶ୍ନ କରିବ ତାକୁ ମିଛ ମାମଲାରେ ଫସାଯିବ । ଜଣେ ସଚିବଙ୍କୁ ସମାଲୋଚନା କରିବାରୁ ମିଛ ମାମଲା ଓ କାର୍ଯ୍ୟାନୁଷ୍ଠାନ ହେଉଥିବା ସେ ଅଭିଯୋଗ କରିଛନ୍ତି । ଏହା ବିଜୁ ଜନତା ଦଳ ଭିତରେ ଥିବା ଅସହାୟତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।
ଅର୍ଗସ ବ୍ୟୁରୋ : ସେପ୍ଟେମ୍ବର ୨୩ରେ ବାରଣାସୀ କ୍ରିକେଟ୍ ଷ୍ଟାଡିୟମର ହେବ ଶିଳାନ୍ୟାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବାର ରହିଛି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ସଚିନ୍ ତେନ୍ଦୁଲକର, ସୁନୀଲ ଗାଭାସ୍କର, କପିଲ ଦେବ, ରବି ଶାସ୍ତ୍ରିଙ୍କ ସମେତ ଅନେକ ଭେଟେରାନ୍ କ୍ରିକେଟର ସାମିଲ ହେବେ ।
ଅଧିକ ପଢନ୍ତୁ ଭାରତ ଖବର
୪୫୦କୋଟି ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମଟି ନିର୍ମାଣ କାର୍ଯ୍ୟ ଜାରି ରହିଛି । ପ୍ରାୟ ୩୦ ହଜାର ଦର୍ଶକ ଏହି ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ । ଏହି ଷ୍ଟାଡିୟମର ଥିମେଟିକ୍ ସ୍ଥାପତ୍ୟ ଭଗବାନ ଶିବଙ୍କଠାରୁ ପ୍ରେରଣା ଆଣୁଛି । ଯେଉଁଥିରେ କ୍ରେସେଣ୍ଟ୍ ଆକୃତିର ଛାତ କଭର, ଟ୍ରାଇଡେଣ୍ଟ୍ ଆକୃତିର ବନ୍ୟା-ଲାଇଟ୍, ଘାଟ ଷ୍ଟେପ୍ ଆଧାରିତ ବସିବା, ବିଲଭିପାଟ୍ରା ଆକୃତିର ଧାତବ ସିଟ୍ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଇଛି ।
ଅର୍ଗସ ବ୍ୟୁରୋ : ୧୪ ଦିନ ପରେ ଚନ୍ଦ୍ରପୃଷ୍ଠରେ ଆସନ୍ତାକାଲି ଆସିବାକୁ ଯାଉଛି ସକାଳ । ଭାରତୀୟ ବୈଜ୍ଞାନିକଙ୍କ ମନରେ ନୂଆ ଆଶାର ସଞ୍ଚାର । ଆସନ୍ତାକାଲିର ସୂର୍ଯ୍ୟୋଦୟ ସହ ବିକ୍ରମ ଓ ପ୍ରଜ୍ଞାନ ନିଦରୁ ଉଠିବେ ବୋଲି ଆଶା ପ୍ରକାଶ କରିଛି ଇସ୍ରୋ । ଶିବ ଶକ୍ତି ପଏଣ୍ଟରେ ଆସିବାକୁ ଥିବା ସକାଳ ଭାରତ ମନରେ ଭରି ରହିଛି ଅନେକ ଆଶା । ଏହି ନୂଆ ସକାଳ ସହ ସ୍ଲିପ ମୋଡରୁ ଉଠିବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ପୁଣି ଥରେ ଲ୍ୟାଣ୍ଡର ଓ ବିକ୍ରମ କେମିତି କାମ କରିବେ ସେ ନେଇ ଉଦ୍ୟମ କରିବ ଇସ୍ରୋ । ବିକ୍ରମ ଲାଣ୍ଡରର ରିସିଭର୍ ଅନ୍ ଥିଲେ ମଧ୍ୟ ପ୍ରବଳ ଥଣ୍ଡା ଓ ଅନ୍ଧାର ଯୋଗୁଁ ଏହାର ସବୁ ଯନ୍ତ୍ରାଂଶ ବନ୍ଦ ରହିଛି ।
ଅଧିକ ପଢନ୍ତୁ : ଚନ୍ଦ୍ରର ଦକ୍ଷିଣ ମେରୁରେ ପୁଣି ଥରେ ହେବାକୁ ଯାଉଛି ସକାଳ
ସୂର୍ଯ୍ୟଙ୍କଠାରୁ ଶକ୍ତି ଆହରଣ କରି ପୁଣି ବିକ୍ରମ ଓ ପ୍ରଜ୍ଞାନ ସକ୍ରିୟ ହେବେ ବୋଲି ଆଶା କରାଯାଉଛି । ଯଦି କୌଣସି କାରଣରୁ ଏହା ସମ୍ଭବ ନ ହୁଏ, ତେବେ ବିକ୍ରମ ଓ ପ୍ରଜ୍ଞାନ ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ‘ମହାକାଶ ଦୂତ’ ଭାବେ ପଡିରହିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଅଗଷ୍ଟ ୨୩ ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିଥିଲା । ଅବତରଣର କିଛି ଘଣ୍ଟା ପରେ ବିକ୍ରମରୁ ଅଲଗା ହୋଇ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଚରଣ କରିବା ସହ ଇସ୍ରୋକୁ ବିଭିନ୍ନ ପ୍ରକାର ତଥ୍ୟ ଓ ଫଟୋ ପଠାଇଥିଲା ।
ଉଭୟ ଲ୍ୟାଣ୍ଡର ଓ ରୋଭର ସୂର୍ଯ୍ୟଙ୍କ କିରଣରୁ ଶକ୍ତି ସଂଗ୍ରହ କରି କାର୍ଯ୍ୟ ସମ୍ପାଦନ କରୁଥିଲେ । ତେବେ ଚନ୍ଦ୍ରରେ ରାତି ହେବା ଫଳରେ ସେପ୍ଟେମ୍ବର ୪ରେ ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଇସ୍ରୋ ପକ୍ଷରୁ ସ୍ଲିପ୍ ମୋଡ୍ରେ ରଖାଯାଇଥିଲା । ଏହି ୧୪ ଦିନ ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରା ମାଇନସ୍ ୨୫୦ ଡିଗ୍ରୀ ଥିବା ବେଳେ ବିକ୍ରମ ଓ ପ୍ରଜ୍ଞାନ ପୁନଃ କାର୍ଯ୍ୟ କରିବା ଏତେଟା ସହଜ ନୁହେଁ । ତେବେ ଯଦି ଇସ୍ରୋ ଲ୍ୟାଣ୍ଡର ଓ ରୋଭରକୁ ସକ୍ରିୟ କରିବାରେ ସଫଳ ହୁଏ ତେବେ ଏହା ଭାରତ ପାଇଁ ବଡ଼ ସଫଳତା ହେବ ।