ହେଲେ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ଚୁପ୍ କାହିଁକି ତାହାର ଉତ୍ତର ରଖିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର। ‘ଏହି ସରକାରଙ୍କ ମାଳ ମାଳ ନେତା, ମନ୍ତ୍ରୀ ଦୁର୍ନୀତିଗ୍ରସ୍ତ। ଯେଉଁମାନେ ମହିଳାଙ୍କୁ ସମ୍ମାନ ଦିଅନ୍ତି ନାହିଁ। ନାରୀର ଇଜ୍ଜତ ସହ ଖେଳନ୍ତି। ତେଣୁ ଏମାନଙ୍କୁ ମୁଖ୍ୟମନ୍ତ୍ରୀ କାଢିବାକୁ ଭୟ କରୁଛନ୍ତି। ତାସ୍ ଘର ଭଳି ଦୁନୀତିଗ୍ରସ୍ତ ଜଣିଏ ନେତାଙ୍କୁ କାଢିଲେ, ଅନ୍ୟମାନଙ୍କ ଅବସ୍ଥା ଅସମ୍ଭାଳ ହେବ ଆଉ ସରକାର ଭୁଶୁଡି ପଡିବ। ମୁଖ୍ୟମନ୍ତ୍ରୀଙ୍କୁ ଏହି ଡର ଘାରିଛି।’
ଏମିତି କହି ନିଜ ମନର କ୍ଷୋଭ ପ୍ରକାଶ କରିଛନ୍ତି ଲେଖାଶ୍ରୀ। କହିଛନ୍ତି, ଆଜି ଓଡିଶାର ସବୁ ମହିଳା ଏକାଠି ହୋଇଛନ୍ତି। ଛୋଟ ଭଉଣୀ ମମିତା ମେହେରୁ ନ୍ୟାୟ ଦେବାକୁ ବିଜେପି ମହିଳା ମୋର୍ଚ୍ଚା ଶେଷ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ।