କିନ୍ତୁ ସଂପ୍ରସାରଣ ପାଇଁ ଆବଶ୍ୟକ ଜମି ରାଜ୍ୟ ସରକାର ଯୋଗାଇ ଦେଉନଥିବାରୁ କାର୍ଯ୍ୟ ଆଗଉନି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପର ସଂପ୍ରସାରଣ କରି ବିମାନବନ୍ଦର କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ନିକଟକୁ ଡିପିଆର୍ ପଠାଯାଇଛି। ଡିପିଆର୍ରେ ବିମାନବନ୍ଦରର ରନୱେର ଲମ୍ବ ୮୫୦ ମିଟରକୁ ବୃଦ୍ଧି କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ପ୍ରାୟ ୭୦ ଏକର ଜମି ଆବଶ୍ୟକ ରହିଛି। ପ୍ରାୟ ୩୭ ଏକର ଜମିରେ ଥିବା ରଙ୍ଗେଇଲୁଣ୍ଡା ଏୟାର୍ଷ୍ଟ୍ରିପ୍ ରନ୍ୱେ ୮୩୨ ମିଟ୍ ରହିଛି। ସଂପ୍ରସାରଣ ପାଇଁ କିନ୍ତୁ ଏବେସୁଦ୍ଧା ପ୍ରଶାସନିକ ଅନୁମୋଦନ ମିଳିନାହିଁ। ଯଦି ରାଜ୍ୟ ସରକାର ଧ୍ୟାନ ନ ଦିଅନ୍ତି ଆଗକୁ ଦାବି ଜୋରଦାର ହେବ ବୋଲି କହିଛନ୍ତି ଆନ୍ଦୋଳନକାରୀ।
ଏଠାରେ ଏୟାରପୋର୍ଟ ହେଲେ ବ୍ରହ୍ମପୁର ସହର ତଥା ଗୋପାଳପୁର ବନ୍ଦର, IRE ପ୍ଲାଣ୍ଟ, IISER, ARMY AD COLLEGE ସହ ଗଞ୍ଜାମ, ଗଜପତି, କନ୍ଧମାଳ, ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳ ଉପକୃତ ହେବେ। କିନ୍ତୁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବକୁ ନେଇ ଉଠିଛି ପ୍ରଶ୍ନ।