ଠିକାଦାରଙ୍କ ସହ ଚୁକ୍ତି ହୋଇଥିବା ନିର୍ମାଣ କାର୍ଯ୍ୟ ଅବଧି ସରିଛି । ଯାହାକୁ ନେଇ ଠିକାଦାର ମାନଙ୍କୁ ଅଧୀକ୍ଷଣ ଯନ୍ତ୍ରୀଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । 7 ଦିନ ଭିତରେ ଉତ୍ତର ନଦେଲେ ଚୁକ୍ତି ବାତିଲ୍ ସହ କ୍ଷତିଭରଣା ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଛତ୍ରପୁର ବ୍ଲକ ଦିବ୍ୟସିଂହପୁରଠୁ ଭାଗିରଥିପୁର ଭାୟା ବଉଳଗାଁ-ବଡମାଧପୁର-ବରଙ୍ଗ ରାସ୍ତା । ଏନଏଚ୍-୧୬ଠୁ ଉପୁଲାପୁଟି ପିଡବ୍ଲ୍ୟୁଡି ରୋଡ୍ ଭାୟା ଶ୍ରୀରାମଚନ୍ଦ୍ରପୁର-ପାଇକପଡା-କାଳିପଲ୍ଳୀ-ବାସନାପୁଟି-ଉପୁଲାପୁଟି ରାସ୍ତା । ଏବଂ ଦିବ୍ୟସିଂହପୁରଠୁ ଗୋବା ଭାୟା ବଉଳଗାଁ-ସିଙ୍ଗିପୁର-ଖୁରିଗାଁ-ରଙ୍ଗମାଟିଆ-ଗୋବା ରାସ୍ତା । ପିଏମ୍ ସଡ଼କ ଯୋଜନାରେ ୩ଟି ରାସ୍ତା ନିର୍ମାଣ ପାଇଁ ୬୩୩.୯୦ ଲକ୍ଷ ଟଙ୍କା ଆକଳନ ହୋଇଥିଲା । ଏଥିପାଇଁ ୨୦୨୨ ସେପ୍ଟେମ୍ବର ୧୨ରେ ଏଗ୍ରିମେଣ୍ଟ ହୋଇଥିଲାବେଳେ ଏପର୍ଯ୍ୟନ୍ତ ମାତ୍ର ୫୫.୬୭ ଲକ୍ଷ ଟଙ୍କାର କାର୍ଯ୍ୟ ସରିଛି ।
ସେହିପରି କରାତଳିଠୁ ବ୍ରାହ୍ମଣିଆପଲ୍ଲୀ ଆରଡି ରୋଡ୍ ଭାୟା ଶ୍ରୀରାମପୁର ରୋଡ୍ ପାଇଁ ୨୦୫.୫୫ ଲକ୍ଷ ଟଙ୍କା ଆକଳନ ହୋଇଥିଲା ।ପିଡବ୍ଲ୍ୟଡି ରୋଡ୍ ଠୁ ସାନଗୋପାଳପୁର ଭାୟା ଲାଉପୁଟ ରାସ୍ତା ପାଇଁ ୩୬୧.୮୩ ଲକ୍ଷ ଟଙ୍କା ଆକଳନ ହୋଇଥିଲା । ହେଲେ ଅବଧି ସରିଥିଲେ ବି କାମ ସରିନାହିଁ । ଠିକାଦାରଙ୍କ ଖିଲାପ ଯୋଗୁଁ ଅଧପନ୍ତରିଆ କୋଟି କୋଟି ଟଙ୍କାର ପ୍ରକଳ୍ପ । ସାଧରଣ ଲୋକ ହନ୍ତସନ୍ତ ହେଉଥିବାବେଳେ ଘଟଣାର ଯାଞ୍ଚ କରିବ କେନ୍ଦ୍ରୀୟ ଟିମ୍ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: