ରାଜ୍ୟ ସରକାରଙ୍କ ତଣ୍ଟିରେ ରତ୍ନଭଣ୍ଡାର କଣ୍ଟା । ନା ଢ଼ୋକି ପାରୁଛନ୍ତି ନା କାଢି ପାରୁଛନ୍ତି । ସମୟ ଗଡ଼ିବା ସହ ରତ୍ନଭଣ୍ଡାର ଅଡୁଆରେ ଆହୁରି ଆହୁରି ଛନ୍ଦି ହେଉଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ଓ ମରାମତି ନେଇ ହାଇକୋର୍ଟରେ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ରତ୍ନଭଣ୍ଡାର ଖୋଲିବା, ରତ୍ନ ଅଳଙ୍କାର ହିସାବ, ରତ୍ନଭଣ୍ଡାର ମରାମତି ନେଇ ହୋଇଥିଲା ଜନସ୍ବାର୍ଥ ମାମଲା। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାଖଲ ଜନସ୍ବାର୍ଥ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ।
ରତ୍ନଭଣ୍ଡାରକୁ ନେଇ ଆରମ୍ଭରୁ ସନ୍ଦେହ ଘେରରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ। ଜଷ୍ଟିସ୍ ରଘୁବୀର ଦାସ କମିସନଙ୍କ ରିପୋର୍ଟ ନା ସାର୍ବଜନୀନ ହେଉଛି ନା ସୂଚନା ଅଧିକାର ବଳରେ ଏହାର କିଛି ତଥ୍ୟ ମିଳୁଛି। ସେପଟେ ବିଭିନ୍ନ ସମୟରେ ରତ୍ନଚୋରିର ଅଭିଯୋଗ। ଯାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଯାହାକୁ ନେଇ ତେଜିଛି ରାଜନୈତିକ ପ୍ରତିକ୍ରିୟା।
ଶ୍ରୀ ଜଗନ୍ନାଥଙ୍କୁ ନେଇ ସରକାର ମିଛ ପରେ ମିଛ । ଗତବର୍ଷ ଅଗଷ୍ଟ 8ରେ ରତ୍ନଭଣ୍ଡାର ମରରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇ। ଏହାସତ୍ତ୍ବେ ରତ୍ନଭଣ୍ଡାର ଖୋଲିବା ଓ ମରାମତି ପାଇଁ ସମୟ ଗଡାଇ ଚାଲିଛନ୍ତି ସରକାର। ପ୍ରଶ୍ନ ଆସୁଛି, ରତ୍ନଭଣ୍ଡାର ଖୋଲିଲେ ଖୋଲିଯିବ କି ରାଜ୍ୟ ସରକାରଙ୍କ ପୋଲ୍ ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର