ସେପଟେ ଆସନ୍ତା ଜାନୁଆରୀ 5 ତାରିଖରେ ହାଇକୋର୍ଟ ରତ୍ନଭଣ୍ଡାର ଖୋଲିବା ଉପରେ ଶୁଣାଣି କରିବେ। ଏହା ପୂର୍ବରୁ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବେ ନା ଆହୁରି ସମୟ ନେବେ ସେନେଇ ମଧ୍ୟ ଆଶଙ୍କାରେ ଜଗନ୍ନାଥ ପ୍ରେମୀ। ଅନ୍ୟପଟେ ଆସନ୍ତା 15 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ସ୍ଥାନ ଦେବାକୁ ଦାବି ହୋଇଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିବାର ଚାରିମାସ ପୁରିଲା, ହେଲେ ପ୍ରଶାସନର ଉତ୍ତର ଆସିପାରିଲା ନାହିଁ

ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଯାଞ୍ଚ ନେଇ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିବାର ଚାରିମାସ ପୁରିଲା ।କିନ୍ତୁ ଏଯାଏ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ପରିଚାଳନା କମିଟି ତରଫରୁ ଏହାର ଉତ୍ତର ଦିଆଗଲା ନାହିଁ କି। ପରିଚାଳନା କମିଟି ବୈଠକରେ ଏ ପ୍ରସଙ୍ଗ ସ୍ଥାନ ପାଇଲା ନାହିଁ। କାହିଁକି
ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ନୀରବ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଏଏସ୍ଆଇର ଚିଠି ପରେ ବି କାହିଁକି ପଛଘୁଞ୍ଚା ଦେଉଛି ଶ୍ରୀମନ୍ଦିର ପ୍ରଶାସନ।
Download Argus News App
