ଖୋଦ୍ କୃଷି ସଚିବ ମଧ୍ୟ ଗଣ ମାଧ୍ୟମକୁ ଘନ ଘନ ବିବୃତି ଦେଉଥିଲେ । ଏବେ କିନ୍ତୁ ଯୋଜନାର ବାସ୍ତବତା ପଦାରେ ପଡିବା ପରେ ସମସ୍ତଙ୍କ ମୁହଁରେ ଲାଗି ଯାଇଛି ତୁଣ୍ଡି । କାରଣ ଏଣିକି କାଳିଆ ଯୋଜନାରେ ବର୍ଷକୁ 10 ହଜାର ନୁହେଁ ବରଂ ମିଳିବ ମାତ୍ର 4 ହଜାର ଟଙ୍କା । ଏହି ସାମନ ପ୍ରସଙ୍ଗକୁ ନେଇ ଆଜି ଦିନ ତମାମ୍ କୃଷି ମନ୍ତ୍ରୀ ଅରୁଣ ସାହୁ, କୃଷି ସଚିବ ସୌରଭ ଗର୍ଗ ଓ ସବୁ କଥାରେ ମୁହଁ ଖୋଲୁଥିବା ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ । କିନ୍ତୁ ଉତ୍ତର କିଛି ନାହିଁ । ଖାସ୍ କରି କୃଷି ସଚିବଙ୍କ ଛାନିଆ ଦେଖିଲେ ଆହୁରୁ ଆଶ୍ଚର୍ଯ୍ୟ ଲାଗିବ ।
କାଳିଆ ଯୋଜନା ଭଳି ସାମନ ଢଙ୍ଗରେ ଠିକ୍ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟ ଆରମ୍ଭ କରିଥିଲେ । ଏହାକୁ ମଧ୍ୟ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଠାରୁ ବେଶ ଭଲ କହି ବାହା ବାହା ଲୁଟୁଥିଲେ । କିନ୍ତୁ ଘରୋଇ ହସପିଟାଲ ଗୁଡିକ ଏହି ଯୋଜନାରୁ ମୁହଁ ଫେରାଇବା ପରେ ଏହାକୁ ମଧ୍ୟ ଆୟୁଷ୍ମାନ ସହ ମିଶାଇବାକୁ ରାଜ୍ୟ ସରକାର ଯୋଜନା ଚଳାଇଛନ୍ତି ।
ଠିକ୍ ସେମିତି ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ମିଳୁଥିବା ଟଙ୍କିକିଆ ଚାଉଳକୁ ନିଜ ନାଁରେ କରି ରାଜ୍ୟ ସରକାର ଭୋଟ ଲୁଟୁଥିବାର ପ୍ଲାନ ଫେଲ ମାରିବା ପରେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କଲେ । ଆଉ 25 ଲକ୍ଷ ହିତାଧିକାରୀଙ୍କୁ ସେଥିରେ ସାମିଲ କଲେ । କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷାରୁ 10 ଲକ୍ଷ ଅଯୋଗ୍ୟ ବାଦ୍ ପଡିବା ପରେ ଏବେ ସମସ୍ତଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷାରେ ସାମିଲ କରିବାକୁ ମସୁଧା କରୁଛନ୍ତି ରାଜ୍ୟ ସରକାର । ଯାହାକି ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଏହାସହ ଦେଖନ୍ତୁ ପୁରା ରିପୋର୍ଟ..