• ସେହି ସମୟରେ ତାଙ୍କର ସ୍ୱାସ୍ଥ୍ୟଗତ ଅବସ୍ଥା କେମିତି ଥିଲା
• ସ୍ଥାନାନ୍ତରିତ ହେବାର ଯୋଗ୍ୟ ଥିଲେ କି ନାହିଁ ତା ସାର୍ଟିଫିକେଟ
• ଝାରସୁଗୁଡା ଏୟାରପୋର୍ଟ ଅଥରିଟି କେଉଁ ଅବସ୍ଥାରେ ନେଇଥିଲେ
ଅର୍ଗସ ବ୍ୟୁରୋ: ଏସବୁ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କଲେ ବିରୋଧୀ ଦଳ ନେତା। ଆପୋଲୋ ହସ୍ପିଟାଲରେ ନବଙ୍କୁ ଯେତେବେଳେ ଅଣାଗଲା କଣ ପାଇଁ ମୁଖ୍ୟମନ୍ତ୍ରୀ ନମସ୍କାର କରିଥିଲେ ? ଜୀବନ୍ତ ଲୋକ ଏବଂ ବୟସରେ ଛୋଟ ଲୋକଙ୍କୁ ନମସ୍କାର କରାଯାଏ କି ? ପୃଥିବୀରେ ପ୍ରଥମ ଘଟଣା ମୃତ ବ୍ୟକ୍ତି ଉପରେ ଅସ୍ତ୍ରପ୍ରଚାର କରାଯାଇଛି । ଲୋକଙ୍କୁ ଦେଖାଇବା ପାଇଁ ଅସ୍ତ୍ରୋପଚାର କରାଯାଇଛି ।ଏହାର ତଦନ୍ତ ହେବା ଦରକାର, ଯେହେତୁ ରାଜ୍ୟ ସରକାର ଏହାକୁ ଚାପି ଦେବାକୁ ବସିଛନ୍ତି ମୁଁ ସିବିଆଇ ତଦନ୍ତ ଦାବି କରୁଛି।
ନବ ଦାସ ହତ୍ୟାକାଣ୍ଡ ପରେ ବିରୋଧୀ ଦଳ ନେତାଙ୍କ ବିସ୍ପୋରକ ନିଷ୍ପତି। ଓଡିଶା ପୋଲିସ ଉପରେ ମୋର ଆଉ ବିଶ୍ୱାସ ନାହିଁ, ମୁଁ ମୋ ସୁରକ୍ଷା କର୍ମୀଙ୍କୁ ଫେରାଇ ଦେଉଛି ବୋଲି କହିଲେ ଜୟ ନାରାୟଣ ମିଶ୍ର। ଓଡିଶା କ୍ରାଇମବ୍ରାଞ୍ଚ ଉପରେ ଓଡିଶାବାସୀଙ୍କ ଭରସା ନାହିଁ । ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି ।ଓଡିଶାବାସୀ ଜାଣିବାକୁ ଚାହିଁବେ ହତ୍ୟାକାଣ୍ଡର ରହସ୍ୟ କଣ ?
କ୍ରାଇମବ୍ରାଞ୍ଚ ଆଇ ମା କାହାଣୀ ବାରମ୍ବାର ଆମକୁ ଶୁଣାଇ ଆସିଛନ୍ତି ସେ ପରି ହଉ ଅବା ମମିତା କେସ ହେଉ । ଆଉ ଏବେ କାହାଣୀ ଉପରେ କାହାଣୀ ପ୍ଲଟ କରୁଛନ୍ତି । ନବଙ୍କ ରାଜନୈତିକ ଉଚ୍ଚାଭିଳାଷୀ ପ୍ରଶ୍ନରେ...
ସାଧାରଣ ଗୋଟେ ଛୋଟ କର୍ମଚାରୀ ସହ କଣ ଥିଲା
ତଦନ୍ତ କଲେ ରାଜନୈତିକ ସାମାଜିବ ବ୍ୟବସାୟିକ କାରଣ ମଧ୍ୟ ଜଣାପଡିବ।
ଓଡିଶା ଖବର ଆହୁରି ପଢନ୍ତୁ