ହେଲେ ଅଭିଯୋଗକାରୀଙ୍କ କହିବା ମୁତାବକ ବିଗତ ପ୍ରାୟ ୧୫/୨୦ ଦିନ ତଳେ କାର୍ଯ୍ୟସ୍ଥଳ ଠାରୁ ୩/୪ କିଲୋମିଟର ଦୂର ଇଙ୍କଡାପାଳ ଗ୍ରାମରେ ପୂର୍ବରୁ ନିର୍ମିତ ହୋଇଥିବା ଏକ କଂକ୍ରିଟ ରାସ୍ତା ନିର୍ମିତ ପୁରୁଣା କାର୍ଯ୍ୟଫଳକ ଉପରେ ରଙ୍ଗ ମାରି ଜାନୁଡାହି ଗ୍ରାମର ଏହି କାମ ବିଷୟରେ ସୂଚନା ଲେଖି ଫଟୋ ଉଠାଇ ତତକ୍ଷଣାତ ସଙ୍ଗେସଙ୍ଗେ ଲେଖାଯାଇଥିବା ଫଳକର ଲେଖାକୁ ଲିଭାଇ ଦିଆ ଯାଇଥିଲା । ବିଲ ପାସ ପାଇଁ କାର୍ଯ୍ୟ ଫଳକର ଫୋଟ ଜରୁରୀ ଥିବାରୁ ଏବଂ ଇଙ୍କଡାପାଳ ଗ୍ରାମରେ ଜାନୁଡାହି ଗ୍ରାମର କାର୍ଯ୍ୟ ଫଳକ ଲେଖାଯିବା ପୁଣି ଫୋଟ ଉଠାଇବା ପରେ ତୁରନ୍ତ ଲିଭାଇ ଦିଆଯିବା ଘଟଣାରେ ସନ୍ଦେହ ହେବାରୁ ସ୍ଥାନୀୟ ଜଣେ ଯୁବକ ଏହାର କାଗଜପତ୍ର ଜାଣିବା ପାଇଁ ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,ବାରିପଦା କାର୍ଯ୍ୟାଳୟରୁ RTI ତଥ୍ୟ ମାଗିଥିଲେ ।
ତଥ୍ୟ ମଗାଯିବାରୁ ତରବରିଆ ଭାବେ ସେହି କାମଟି ବର୍ତମାନ ଚାଲିଥିବାର ଜଣାଯାଇଛି । ତେବେ ଏହି କଂକ୍ରିଟ ରାସ୍ତାକାମ ଟିରେ ମେଟାଲ ଢଳେଇ ପଡୁଥିବା ବେଳେ, କାର୍ଯ୍ୟ ନିକଟରେ ଫଳକ ଆଦୌ ଲେଖା ଯାଇନଥିବା ଦେଖିବାକୁ ମିଳିଛି। ଢଳେଇ କାମ ଚାଲିଥିବା ବେଳେ, କୌଣଷି ବିଭାଗୀୟ ଅଧିକାରୀ,ଯନ୍ତ୍ରୀ ବା କାମର ସୁପର ଭାଇଜର ମଧ୍ୟ ଉପସ୍ଥିତ ନଥିଲେ । ତେବେ ଦାୟିତ୍ୱରେ ଥିବା ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀଙ୍କୁ ଖାଣ୍ଡିଆ ଗ୍ରାମପଂଚାୟତର ଜାନୁଡାହି ଗ୍ରାମରେ ଚାଲିଥିବା ଏହି କଂକ୍ରିଟ କାମ ବାବଦରେ ପଚାରିବାରୁ ସେ ଆଶ୍ଚର୍ଯ୍ୟ ହେବା ସହ ସରକାରୀ ରେକର୍ଡ ମୁତାବକ ବର୍ତମାନ ଖାଣ୍ଡିଆ ଗ୍ରାମପଂଚାୟତ ଅଧିନରେ ଆଇଟିଡିଏର କୌଣଷି କାର୍ଯ୍ୟ ଚାଲୁ ନଥିବାର କହିଛନ୍ତି ।
ତେବେ ଜାନୁଡାହି ଗ୍ରାମରେ ବିନାଫଳକରେ ଚାଲିଥିବା ଏହି କଂକ୍ରିଟ କାମଟି ବିଷୟରେ ଆସିଥିବା ଅଭିଯୋଗ ଉପରେ ବିଧିବଦ୍ଧ ତଦନ୍ତ କରାଗଲେ ଘଟଣାର ସତ୍ୟତା ଜଣାପଡିବା ସହ ହୋଇଥିବା ଦୁର୍ନିତୀର ପର୍ଦ୍ଦାଫାସ ହୋଇପାରିବ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।