ପରେ ସୁମୀତ୍ରାଙ୍କ ବାପ ଘର ଲୋକେ ବିଭିନ୍ନ ସ୍ଥାନ ମାନଙ୍କରେ ଖୋଜାଖୋଜି କରିଥିଲେ। ପରେ କଟକ ରେଳ ଷ୍ଟେସନ୍, ପାଖ ପୋଲିସ ଷ୍ଟେସନ୍ ସମେତ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ସାତ ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ୍ ସୁଦ୍ଧା ସୁମିତ୍ରାଙ୍କ ପତା ମିଳି ପାରୁନାହିଁ।
ଘର ଲୋକେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନ ମାନଙ୍କରେ ପଚରା ଉଚୁରା କରୁଛନ୍ତି। ଶାଶୁଘର ଲୋକେ ବାରମ୍ୱାର ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସୁମିତ୍ରାଙ୍କ ପରିବାର ଲୋକେ। ଏହି ବାବଦରେ ସୁମିତ୍ରାଙ୍କ ଶାଶୁଙ୍କୁ ପଚାରିବାରୁ ଘରେ ଝଗଡ଼ା ଲାଗି ରୁହେ ହେଲେ ସେ କୁଆଡେ ଗଲା ଆମେ ଜାଣି ନାହୁଁ ବୋଲି କହିଛନ୍ତି।