ଅଧିକ ପଢନ୍ତୁ :ପ୍ରେମିକ ଆକ୍ରମଣରେ ପ୍ରେମିକା ଲହୁଲୁହାଣ
ଗଣେଶ୍ଵର ପ୍ରତିରୋଧ କରିବାରୁ ତାଙ୍କ ହାତକୁ ମଧ୍ୟ ଆକ୍ରମଣ କରିଥିଲେ | ସ୍ଵାମୀଙ୍କୁ ଲହୁଲୁହାଣ କରି ଝିଅ ସହିତ ଫେରାର ମାରିଛି ସ୍ତ୍ରୀ | ସ୍ଥାନୀୟ ଲୋକେ ଗଣେଶ୍ଵରଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରିଥିଲେ | ଗତ ଛଅ ବର୍ଷ ତଳେ କେଷେରକେଲା ଗାଁର ଗଣେଶ୍ଵର ସୁନା ଛତିଶଗଡ ବିଳାସପୁରର ଈଶ୍ବରୀ କୁମାରୀଙ୍କୁ ବିବାହ କରିଥିଲେ। ସେମାନଙ୍କର ଚାରି ବର୍ଷର ଝିଅ ଟିଏ ମଧ୍ୟ ଅଛି | ମଝିରେ ମଝିରେ ସ୍ଵାମୀ ସ୍ତ୍ରୀଙ୍କ ଭିତରେ କଳିକଜିଆ ଓ ଝଗଡା ଲାଗି ରହୁଥିବା ସୂଚନା ମିଳିଛି।