ଗତକାଲି ନିଜ ସରକାରୀ ବାସଭବନରେ ଅତିରିକ୍ତ ବନ ସୁରକ୍ଷା ଅଧିକାରୀ ସୋମ୍ୟ ମାହାପାତ୍ର ହଠାତ ନିଆଁର ସଂସ୍ପର୍ଷରେ ଆସି ପୋଡି ହୋଇଯାଇଥିଲେ । ଶରୀରର ଅଧିକାଂଶ ଭାଗ ପୋଡି ହୋଇଯାଇଥିବାରୁ ଗୁରୁତୁର ଅବସ୍ଥାରେ ପ୍ରଥମେ ପାରାଳାଖେମୁଣ୍ଡି ପରେ କଟକ ଏସସିବି ମେଡିକାଲକୁ ଅଣାଯାଇଥିଲା । ଏହାପରେ ଅଧିକ ଚିକିତ୍ସା ଲାଗି କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳ ୮ଟାରେ ଚିକିତ୍ସାଧିନ ସମୟରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା ।
ତେବେ ସୌମ୍ୟଙ୍କ ମୃତ୍ୟୁ ଏକ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଖୋଦ ସୌମ୍ୟଙ୍କ ସ୍ତ୍ରୀ ଏହି ଘଟଣା ପଛରେ ହାତ ରହିଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ । ଏପିରିକି ଗତ କିଛି ମାସ ତଳେ ସୌମ୍ୟ ବିବାହ ପରେ ମାନସିକ ସ୍ତରରେ କଷ୍ଟରେ ରହୁଥିବା ନେଇ ତାଙ୍କ ମାଙ୍କୁ କହିଥିବା କହିଛନ୍ତି ତାଙ୍କ ପରିବାର ଲୋକେ।
ଗତକାଲି ସୋମ୍ୟ ଘରେ ରହିଥିବା ସମୟରେ ପୋଡି ହେବା ଓ ପାରିପାଶ୍ୱିକ ସ୍ଥିତି ଦେଖି ତାଙ୍କ ସ୍ତ୍ରୀଙ୍କ କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ଅନୁମାନ କରୁଛନ୍ତି । ତେଣୁ ସଠିକ ଭାବେ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ମୃତ ସୌମ୍ୟଙ୍କ ବାପା ।