ନିକଟରେ ଏକ ଦନ୍ତାହାତୀକୁ ଶିକାର ପରେ ପରେ ପ୍ରମାଣ ନଷ୍ଟ କରିବା ପାଇଁ ହାତୀର ମୃତଦେହ ପୋଡ଼ିଦେବା ଭଳି ସାଙ୍ଘାତିକ ଘଟଣାରେ ମାନ୍ୟବର ହାଇକୋର୍ଟଙ୍କ ଭର୍ସନା ପରେ ଆଜି ୩ ଅଭିଯୁକ୍ତଙ୍କ ନାଁ ରେ ୱାଇର୍ଲ୍ଡଲାଇଫ ଆକ୍ଟ ଆଧାରରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ଏକ ମହାବଳ ବାଘର ଚମଡାକୁ ଜବତ୍ କରିବା ସହ ବେପାରୀକୁ ଗିରଫ କରିଛି ଏସ.ଟି.ଏଫ୍. ଟିମ୍। ଯାହାକି ଶିମିଳିପାଳ ଭବିଷ୍ୟତକୁ ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଅଧିକାରୀଙ୍କର କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି କରିଛି।
ଏକ ବାଘକୁ ମରାଯାଇ ତାର ଚମଡା ବିକ୍ରି ପାଇଁ ବ୍ୟବସ୍ଥା ଚାଲିଥିବା ଖବର ପାଇ ଭାନୁମିତ୍ର ବେପାରୀଙ୍କ ସହ ୫ଲକ୍ଷ ଟଙ୍କା ରେ ଡିଲ୍ କରିଥିଲେ ଏବଂ ସମସ୍ତ ବିଷୟରେ stf କୁ ଜଣାଇଥିଲେ । ପୁର୍ବ ଯୋଜନା ମୁତାବକ ଗତକାଲି ରାତି ୨ଟା ସମୟରେ ଉଦଳା ରାସ୍ତାର ବି.ସି.ପୁର ଛକଠାରେ ଏହି ଡିଲ୍ ହେଉଥିଲା ବେଳେ stf ଟିମ୍ ପକ୍ଷରୁ ଚଢାଉ କରାଯାଇଥିଲା । ଚମଡା ନେଇ ୩ଜଣ ଆସିଥିବା ବେଳେ ଅନ୍ଧାରର ସୁଯୋଗ ନେଇ ୨ଜଣ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲା ବେଳେ ଜଣକୁ ମାଡିବସିଥିଲା STF ଟିମ୍ ।ଏହା ଏକ ୫ବର୍ଷ ବୟସର ମହାବଳ ବାଘ ଏବଂ ଏହାକୁ ପ୍ରାୟ ୩/୪ମାସକ ପୂର୍ବରୁ ଏହାକୁ ଶୀକାର କରାଯାଥିବା ଅନୁମାନ କରାଯାଉଛି । ବାରିପଦାରେ ରହୁଥିବା ପୁର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ ଦ୍ବାରା ଏହାର ରୁପରେଖ ପ୍ରସ୍ତୁତ କରାଯାଇଥିଲା।
୨୦୦୬ ଟାଇଗର ସେନସେକ୍ସ ରେ ଶିମିଳିପାଳରେ ୧୦୧ ଟି ମହାବଳ ବାଘ ରହିଥିବା ନେଇ ସୁଚନା ଦିଆଯାଇଥିଲା ବେଳେ୨୦୧୮ ମସିହାରେ ୨୮କୁ ପହଞ୍ଚିଥିଲା । ଦିନକୁ ଦିନ ଶିମିଳିପାଳ ଜୈବମଣ୍ଡଳ ତାର ଅସମର୍ଥ ହୋଇପଡିଥିବା ବେଳେ ତା ଦେହରେ ଘର କରି ରହିଥିବା ଜୀବଜନ୍ତୁ, ପଶୁପକ୍ଷୀ,କୀଟପତଙ୍ଗ ଓ ସରୀସୃପ ମାନଙ୍କ ଜୀବନ ଏବେ ଅନ୍ଧାର ଆଡ଼କୁ ଠେଲି ହୋଇଯାଉଥିବା ଅନୁଭବ ହେଉଛି। ଏହି ଘଟଣାକୁ ରାଜ୍ୟ ସରକାର ଏବେ ଗୁରୁତ୍ୱର ସହ ନନେଲେ ଲାଗୁଛି ଯେମିତି ଆଉ କିଛିଦିନ ମଧ୍ୟରେ ଶିମିଳିପାଳରେ ବନ୍ୟପ୍ରାଣୀଙ୍କର ସଂଖ୍ୟା ଶୂନ୍ୟ ହୋଇଯିବ।