ଗଣପର୍ବ ପାଇଁ ସୁନ୍ଦର ତୋରଣ ନିର୍ମାଣ ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରର କାରିଗର ଗତ ଏକ ସପ୍ତାହ ଧରି କାର୍ଯ୍ୟରେ ଲାଗି ପଡିଛନ୍ତି। ଏଥିସହ ଗଜଲକ୍ଷ୍ମୀଙ୍କ ମେଳଣ ପାଇଁ ଓଡିଶା ତଥା ଓଡିଶା ବାହାରର ବାଜା ପାର୍ଟି ସେମାନଙ୍କ ଜଲୱା ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେହିପରି ପ୍ରତି ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଭଜନ ସମାରୋହ ପାଇଁ ବିଭିନ୍ନ ଗ୍ରୁପକୁ ବଇନା ଦିଆଯାଇଥିବା କହିଛନ୍ତି ପୂଜା କମିଟି ସଦସ୍ୟ। ଅନ୍ୟପଟେ ପୂଜାକୁ ଶାନ୍ତି ଶୃଙ୍ଖଳାରେ କଟେଇବାପାଇଁ ଜିଲ୍ଲାପ୍ରଶାସନ ଏବଂ ପୁଲିସ ପ୍ରଶାସନ ସମସ୍ତ ପୂଜା କମିଟି ସହ ଏକ ସ୍ୱତନ୍ତ୍ର ବୈଠକ କରାଯାଇଛି | ପୂଜାରେ କିପରି ଦର୍ଶକମାନେ ଆସିକି ଦର୍ଶନ କରିବେ, ଚୋରି ଛୀନତାଇ ନହବ, ଏବଂ ଏକ ସ୍ୱଚ୍ଛ ପୂଜା ପାଳନ କରାଯିବ ସେ ନେଇ ଅନେକ ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇଛି | ସବୁଠୁ ବଡ କଥା ହେଲା ଚଳିତ ବର୍ଷ ପୂଜା ଭସାଣି ରେ ବାଣ କୁ ମନାକରାଯିବା ସହ ଡିଜେ ସାଉଣ୍ଡ ରେ ଯେଉଁ ଭାଇବ୍ରେଟର ଲାଗିଥାଏ, ସେସବୁକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି | କୁମାର ପୁର୍ଣିମା ଦିନଠୁଁ 7 ଦିନ ବ୍ୟାପୀ ହେବାକୁ ଥିବା ଏହି ଗଣପର୍ବ କୁ କେବଳ କେନ୍ଦ୍ରାପଡା ନୁହେଁ ପାଖ ପଡୋଶୀ ଜିଲ୍ଲା ଜଗତସିଂହପୁର, ଯାଜପୁର, ଭଦ୍ରକ, କଟକ ଭଳି ଅନେକ ଜାଗାରୁ ଦର୍ଶକ ଆସି ପୂଜାକୁ ମନଭରି ଉପଭୋଗ କରିଥାନ୍ତି |
ଅଧିକ ଦେଖନ୍ତୁ: