ମାହାଙ୍ଗା ଥାନାର ତତକାଳୀନ ଥାନାବାବୁ ନିହାର ମହାନ୍ତି । କରିତକର୍ମା ଅଫିସର । ଆଉ ଆଖି ଖୋସି ଦେଲା ଭଳି ନଗଦ ଟଙ୍କା । ଆଲିସାନ୍ ଘର । ପତ୍ନୀ ଜଣେ ଅବକାରୀ ନୀରିକ୍ଷକ ଆଉ ସେ ନିଜେ ଥାନାର ଭାରପ୍ରାପ୍ତ ଅଧିକାରୀ । ଆଉ ଏସବୁ ଭିତରେ ଏତେ ଟଙ୍କା ଆସିଲା କେଉଁଠୁ । ପତ୍ନୀ ନିନା ବେଉରା ତ ଗିରଫ ହେଲେ , ହେଲେ ନିହାର ମହାନ୍ତିଙ୍କ କଳାସାମ୍ରାଜ୍ୟକୁ କାହିଁକି ତଦନ୍ତ ପରିସରଭୁକ୍ତକୁ ଅଣାଯାଉନି ବୋଲି ମାହାଙ୍ଗାବାସୀ ପ୍ରଶ୍ନ କରିଛନ୍ତି । ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନୃର୍ତ୍ତାଙ୍ଗରେ ଘଟିଥିବା ଡବଲମର୍ଡର ଘଟଣାରେ ବିବାଦରେ ଥିଲେ ସେତେବେଳର ଥାନା ବାବୁ ନିହାର ମହାନ୍ତି।
ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁରକ୍ଷା ଦେଇ ଡବଲମର୍ଡର ଘଟଣାକୁ ଭିନ୍ନମୋଡ ଦେଇଥିଲେ ନିହାର। ମନ୍ତ୍ରୀଙ୍କ ପିଏ ବାପି ବିଶ୍ୱାଳ ଓ ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ଶରତ ନାୟକଙ୍କୁ ଘଣ୍ଟ ଘୋଡାଇଥିଲେ ନିହାର। ଡବଲମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ କାବୁଆ ଓରଫ ପ୍ରଫୁଲ ବିଶ୍ୱାଳ ମୃତ୍ୟୁ ଘଟଣା ପରେ ମଧ୍ୟ ତଦନ୍ତକୁ ଦିଗହରା କରିଥିବାର ଅଭିଯୋଗ।ଲଘୁ ଖଣିଜ ଦ୍ରବ୍ୟ ଲୁଟ ପାଇଁ ମାଫିଆଙ୍କ ଠାରୁ ଚାନ୍ଦା ଆଦାୟ କରିବାର ଅଭିଯୋଗ। ସାମାମ୍ୟ ଘରବାଡି ଓ ସାଧାରଣ କେସର ରଫାଦଫା ପାଇଁ ଚାନ୍ଦା ନେଉଥିବାର ଅଭିଯୋଗ। ସେପଟେ ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା କଥା , ଆଇଆଇସିଙ୍କ ବଦଳି ଆକ୍ସନ ନେବାର ଆରମ୍ଭ। ଏବେ ଭିଜିଲାନ୍ସ ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି।
ମାହାଙ୍ଗା ଡବଲମର୍ଡର ଘଟଣାରେ ବିବାଦରେ ଥିଲେ ନିହାର ବାବୁ । ଖୋଦ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡାଇବାର କଳଙ୍କ ଲାଗିଥିଲା ନିହାରବାବୁଙ୍କ ନାଁରେ । ଆଉ ରାୟଗଡାର ଅବକାରୀ ନୀରିକ୍ଷକ ତାଙ୍କ ପତ୍ନୀ ନିନା ବେଉରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ସରକାର କହୁଛନ୍ତି ପିସି ମଷ୍ଟ ଷ୍ଟପ । ହେଲେ ରାଜ୍ୟରେ ଉଡୁଛି ପିସି ମଷ୍ଟ ଷ୍ଟପର ଧଜିଆ ।
ଆହୁରି ଓଡ଼ିଶାରେ ଘଟୁଥିବା ବିଭିନ୍ନ ଅପରାଧ ସଂପର୍କିତ ଖବର ପଢ଼ନ୍ତୁ