ସେପ୍ଟେମ୍ବରରେ ନବୀନ ଭାଙ୍ଗିବେ ବିଧାନସଭା ! ଡିସେମ୍ବରରେ ନୂଆ ସରକାର ଦେଖିବ କି ଓଡିଶା ? ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଆସୁଛି ଅନେକ ସଙ୍କେତ । ସରକାରୀ ତତ୍ପରତା, ଚର୍ଚ୍ଚାକୁ ଯୋଗାଇଛି ବଳିଷ୍ଠ ଖୋରାକ୍ । ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଆଜିକାର ନୁହେଁ । ଅନେକ ଦିନରୁ ଏହି ଚର୍ଚ୍ଚା ଲାଗି ରହିଛି...
ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ହଠାତ ଦେଖାଯାଇଥିବା ସରକାରୀ ତତ୍ପରତା, ଏ ଚର୍ଚ୍ଚାକୁ ଦୁଇ ପାଦ ଆଗକୁ ନେଇଛି । ସରକାରଙ୍କ କାର୍ଯ୍ୟକଳାପ ଦେଇଛି ଆଗୁଆ ନିର୍ବାଚନର ସଙ୍କେତ । ନଜର ପକାନ୍ତୁ କେଉଁ ସଙ୍କେତ ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ବଳିଷ୍ଠ କରିଛି ।
ସଙ୍କେତ ନଂ 1 - ମେ ମାସ ଦ୍ବୀତିୟ ସପ୍ତାହରେ ନବୀନଙ୍କ ଦିଲ୍ଲୀଗସ୍ତ ସରିବାର ଠିକ୍ ପରେ ପରେ ହିଁ ଦଳର ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର କହୁନ୍ତି ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଲୋକେ ଆଲୋଚନା କରୁଛନ୍ତି ।
ସଙ୍କେତ ନଂ 2 - ମେ ମାସ 25 ତାରିଖରେ ରାଜସ୍ବ ବିଭାଗ ବିଜ୍ଞପ୍ତି ପ୍ରକାଶ କରି କହିଲା 24 ପୂର୍ବରୁ ଯେ କୌଣସି ମୁହୁର୍ତ୍ତରେ ନିର୍ବାଚନ ହୋଇପାରେ ତେଣୁ ନିଜ ଜିଲ୍ଲାରେ ଥିବା ଅଧିକାରୀ ମାନଙ୍କ ତାଲିକା ପ୍ରସ୍ତୁତ କରିବା ସହ ବଦଳି ପ୍ରକ୍ରିୟା ତୁରନ୍ତ ସାର
ସଙ୍କେତ ନଂ 3 - ମେ ମାସ 29 ତାରିଖରେ ଲୋଭନୀୟ ସ୍କିମ୍ ମୋ ଘର ଯୋଜନା ଆଣି ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘରରେ ପରଣିତ କରିବାର ସ୍ବପ୍ନ ଦେଖାଯାଏ
ସଙ୍କେତ ନଂ 4 - ସରକାରୀ କର୍ମଚାରୀ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଗତକାଲି ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ ସମୟରେ ମୃତ୍ୟୁକାଳୀନ କ୍ଷତିପୂରଣ ରାଶି 4 ଲକ୍ଷରୁ 10 ଲକ୍ଷ କୁ ବଢାଇବା ବି ଦେଇଛି ବଡ ସଙ୍କେତ ।
ଚର୍ଚ୍ଚା ଅନୁଯାୟୀ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରି ନିର୍ବାଚନ ମଇଦାନକୁ ଓହ୍ଲାଇବେ ନବୀନ । ସେହି ମାସରେ ହିଁ ରାଜ୍ୟପାଳଙ୍କ ଠୁ ସମୟ ମାଗିବା ସହ ମାସ ଶେଷ ଆଡକୁ ବିଧାନସଭା ଭାଙ୍ଗିବାକୁ ପ୍ରସ୍ତାବ ଦେବେ ।
ଏହା ପରେ ଅକ୍ଟୋବରରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବା ସହ ନଭେମ୍ବର ମାସରେ ଏକାଧିକ ପର୍ଯ୍ୟାୟରେ ଓଡିଶାରେ ହେବ ବିଧାନସଭା ନିର୍ବାଚନ ।
ତେଲେଙ୍ଗାନା, ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଡିସେମ୍ବର ଦ୍ବୀତିୟ ସପ୍ତାହ ବେଳକୁ ନୂଆ ସରକାର ଆସିବା ନେଇ ସମୟ ସ୍ଥିର ଥବା ବେଳେ ଓଡ଼ିଶା ଏ ଦିଗରେ ଯିବାର ସମ୍ଭାବନା ସୃଷ୍ଟି ହୋଇଛି । ବିଶେଷ କରି ଆଗୁଆ ନିର୍ବାଚନ ପାଇଁ ତିନୋଟି ପର୍ଯ୍ୟାୟରେ ସର୍ଭେ କରାଇବା ପରେ ହିଁ ବିଜେଡି ଏପରି ନିଷ୍ପତ୍ତି ନେଇଥିବା ଦଳୀୟ ସୁତ୍ରରୁ ସୂଚନା ମିଳିଛି ।
ଆହୁରି ପଢନ୍ତୁ ରାଜନୀତି ଖବର...