ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆର୍ଲଟ ଜାରି କରାଯାଇଛି। ରାଜ୍ୟକୁ ବର୍ତ୍ତମାନ ଶୁଷ୍କ ଏବଂ ଥଣ୍ଡା ବାୟୁ ପ୍ରବାହ ପ୍ରବାହିତ ହେଉଥିବା ବେଳେ ଏହା ପ୍ରଭାବରେ ଶୀତ ଅନୁଭୂତ ହେବ । ଜାନୁଆରୀ ମାସ ଶେଷ ଆଡ଼କୁ ସାମାନ୍ୟ ଥଣ୍ଡା ଅନୁଭୁତ ହୋଇଥିବା ବେଳେ ଫେବ୍ରୁଆରୀରେ ମଧ୍ୟ ଓଡ଼ିଶାର କିଛି ଅଞ୍ଚଳରେ ଶୀତ ଲହରୀ ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
ସ୍ବଭାବିକ ଠାରୁ କମୁଛି ରାତିର ତାପମାତ୍ରା। ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ରାତିର ତାପମାତ୍ରା ୭ ଡିଗ୍ରୀ ଖସିଥିବା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡାରେ ୮.୮ ଡିଗ୍ରୀ, ଫୁଲବାଣୀରେ ୪.୫ ଡିଗ୍ରୀ ଏବଂ ଭୁବନେଶ୍ବରରେ ୩.୭ ଡିଗ୍ରୀ କମିଛି ପାରଦ। ସେହିପରି ଫେବ୍ରୁଆରୀ ମାସ ଶେଷ ଆଡକୁ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ବାଭାବିକଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଫେରିବ ଶୀତ, ଥରିବେ ଉପକୂଳରୁ ଉପାନ୍ତ ଅଞ୍ଚଳବାସୀ। ରାତି ତାପମାତ୍ରା ଖସିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ଶୀତ ଲହରୀ ।