କୋଭିଡ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ କରାଯାଇଛି । ସର୍ବଦଳୀୟ ବୈଠକରେ ଅଧିବେଶନ ପରିଚାଳନା ନେଇ ଆଲୋଚନା ହୋଇଛି । ସେପଟେ ପ୍ରଶ୍ନକାଳ ବାତିଲକୁ ବିରୋଧ କରିଛନ୍ତି କଂଗ୍ରେସ ଓ ବିଜେପି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହା ଅଗଣତାନ୍ତ୍ରିକ । ପ୍ରଶ୍ନ ନ ନେବା ଆଗରୁ ପ୍ରଶ୍ନକାଳ ବାତିଲ କହିବା ସମ୍ବିଧାନ ବିରୋଧୀ ବେଆଇନ୍ କାମ, ଆମେ ଏହାର ଦୃଢ ପ୍ରତିବାଦ କରୁଛୁ । ସେପଟେ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ କହିଛନ୍ତି, ବିଧାନସଭା ୪ ଘଣ୍ଟା ଧରି ଚାଲିବ କିନ୍ତୁ କାହାକୁ କରୋନା ହେବନାହିଁ। ଆଉ ପ୍ରଶ୍ନକାଳ ପାଇଁ ଅଧିବେଶନ ଘଣ୍ଟାଏ ବଢିଗଲେ କ'ଣ କରୋନା ସଂକ୍ରମଣ ହୋଇଯିବ?
ଏଥର ବିଧାନସଭା ଶୀତ ଅଧିବେଶନରେ ରହିବନି ପ୍ରଶ୍ନକାଳ, 20ରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ

ଅର୍ଗସ ବ୍ୟୁରୋ : ଦିନକ ପରେ ବିଧାନସଭା ଶୀତ ଅଧିବେଶନ। ତେବେ ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ସବୁଦଳର ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇଛି। ଏଥର ବି ରହିବନି ପ୍ରଶ୍ନକାଳ। ଏହାଛଡ଼ା ପ୍ରତି ଦିନ ଅଧିବେଶନ ସାଢେ ୪ ଘଣ୍ଟାରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା ୨୦ରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ। କୋଭିଡ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ ହେବ। ବରିଷ୍ଠ ବିଧାୟକମାନେ ଚାହିଁଲେ ଭିସିରେ ଭାଗ ନେଇପାରିବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।
Download Argus News App
