କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୟାଗଡ଼, ଅନୁଗୁଳ, କଟକ, ଡେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି । ସେହିଭଳି ଆସନ୍ତାକାଲି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେପଟେ ପଶ୍ଚିମାଝଡ ପ୍ରଭାବରେ ୨୭ରୁ ଫେବ୍ରୁଆରୀ ୨ ମଧ୍ୟରେ ରାଜ୍ୟରେ ହାଲୁକା ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ରାଜ୍ୟରେ ଶୀତ କମିବା ସହ ଜୁନରେ ଏଲ୍-ନିନୋ ସ୍ଥିତି ଆସିବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ମୌସୁମୀ ବର୍ଷାରେ ଅନିୟମିତତା ସହ ଫେବ୍ରୁଆରୀ, ମାର୍ଚ, ଏପ୍ରିଲ ଓ ମେ ମାସରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।