ଆପଣ ଦୀର୍ଘ ଏକ ମାସ ଧରି ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଶିକ୍ଷୟତ୍ରୀ ଲାଗି ପଡି ଏହି ପାର୍କ ବନାଇଛନ୍ତି । ସମ୍ପୂର୍ଣ୍ଣ ପାର୍କଟି ଅଦରକାରୀ ଜିନିଷରୁ ବନାଯାଇଛି । ଦିନେ ଏହି ପଡିଆଟି ଗାଈ ଗୋରୁଙ୍କ ଚରା ଭୂଇଁ ଥିଲା ବଡ଼ ବଡ଼ ପଥର ଥିଲା। ଆଇଟିଆଇ ପରିସର ଭିତରେ ଏହା ଥିବାରୁ ବିଭିନ୍ନ ପ୍ରକାର ଅସୁବିଧା ହେଉଥିଲା। ଏହା ପରେ ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନେ ନିଷ୍ପତ୍ତି ନେଲେ ଏହାର ଚିତ୍ର ବଦଳାଇବା ପାଇଁ ଆରମ୍ଭ ହେଲା ଅଭିଯାନ। ସମସ୍ତେ ଲାଗି ପଡିଲେ କିଛି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମିଶି ଏହି ପଡିଆକୁ ସଫା କରିଥିଲେ। ଆଉ ଅଦରକାରୀ ଲୁହା ସାମଗ୍ରୀ ଯଥା ଗ୍ୟାରେଜର ଅନାଵନା ଲୁହାରେ ପ୍ରସ୍ତୁତ କରିବାରେ ଲାଗିଥିଲେ ମିସାଇଲ ମ୍ୟାନଙ୍କ ପ୍ରତିମୂର୍ତ୍ତି ସହ ଏକ ୧୩ ଫୁଟ ର ମିସାଇଲ ଯାହା ଆଜି ପୁରା ଆଇଟିଆଇ କ୍ୟାମ୍ପସର ଶୋଭାମଣ୍ଡିତ କରୁଛି ।
ଦୀର୍ଘ ଏକ ମାସ ଧରି ଫିଟର, ଇଲେକ୍ଟ୍ରିସିଆନ ବିଭାଗ ଏବଂ ଅନ୍ୟ ଛାତ୍ରଛାତ୍ରୀ ମାନେ ଅକ୍ଳାନ୍ତ ପରିଶ୍ରମ କରି ଏହି ପାର୍କକୁ ନିର୍ମାଣ କରିଥିବା ବେଳେ ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀରେ ଏହାକୁ ଉଦଘାଟନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଆଉ ପରିଶେଷରେ ଗଞ୍ଜାମ ଏସପି ଏସ ଜଗମୋହନ ମିନା ଏହାକୁ ଉଦଘାଟନ କରିଛନ୍ତି । ପାର୍କଟିର ଆଉ କିଛି କାମ ବାକି ଥିବା ବେଳେ ଏହାକୁ ସର୍ବ ସାଧାରଣଙ୍କ ନିମନ୍ତେ ଉତ୍ସର୍ଗୀକୃତ କରାଯିବ ବୋଲି କହିଛନ୍ତି ଛତ୍ରପୁର ଆଇଟିଆଇର ପ୍ରିନ୍ସପାଲ। ପୂର୍ବରୁ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ପ୍ରସ୍ତୁତ କରି ଚର୍ଚ୍ଚାରେ ଥିଲେ ଏହି ଏଠାକାର ଛାତ୍ରଛାତ୍ରୀ ।
ଏହି ପାର୍କରେ ବ୍ୟବହାର ହୋଇଥିବା ସମସ୍ତ ଲାଇଟ ଉପକରଣ ଗୁଡିକ ଛାତ୍ରଛାତ୍ରୀ ମାନେ ନିଜେ ପ୍ରସ୍ତୁତ କରିଥିବା ବେଳେ ନଷ୍ଟ ହେଉଥିବା ପାଣି ଗୁଡିକର ସଦୁପଯୋଗ କରି ଅଟୋମେଟିକାଲି ପ୍ରୋସେସରେ ଏଠାରେ ଲାଗିଥିବା ଗଛ ଗୁଡିକରେ ପାଣି ଯୋଗାଇହେବ । ରାଜ୍ୟରେ ଏଭଳି କରାମତି କେବଳ ଛତ୍ରପୁର ଆଇଟିଆଇ ଛାତ୍ରଛାତ୍ରୀ କରିଥିବା ବେଳେ ଆଗକୁ ଏମିତି ଅନେକ ଗୁଡିଏ ପ୍ରୋଜେକ୍ଟ ଭେଟିଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ । ଏଭଳି ଗୋଟିଏ ପରେ ଗୋଟିଏ ନିଆରା କଳାକୃତି କରି ପ୍ରଶଂସା ସାଉଣ୍ଟିଥିବା ଛତ୍ରପୁର ଆଇଟିଆଇ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କ ପାଇଁ ଏକ ଉଦାହରଣ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର