ଗତ ମେ ମାସରେ ଅର୍ଚ୍ଚନାଙ୍କ ନାଁ ରେ ଖଣ୍ଡଗିରି ଥନାରେ ମାମଲା ରୁଜୁ ହୋଇଥିବା ବେଳେ ନିକଟରେ ନୟାପଲି ଥାନାରେ ବ୍ଲାକମେଲିଂ କରି 3 କୋଟି ଟଙ୍କା ଡିମାଣ୍ଡ କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଗୁରୁବାର ବିଳମ୍ବିତ ରାତିରେ ସତ୍ୟବିହାର ଅଞ୍ଚଳରୁ ଅର୍ଚ୍ଚନାଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଅନେକ ବଡ ବଡ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା । ହେଲେ ଏବେସୁଦ୍ଧା ପୋଲିସ ହାତ ମାରି ପାରୁନଥିଲା । ମାତ୍ର ଏବେ ଗିରଫ ପରେ ପୋଲିସର ଅସମ୍ଭବ ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭୁଲ୍ ଜାଗାରେ ହାତ ମାରିଦେଲା କି ପୋଲିସ ? କାହିଁକି ପୋଲିସ ଏ ସମ୍ପର୍କରେ ଗଣମାଧ୍ୟମରେ କିଛି ବି କହିବାକୁ ପ୍ରସ୍ତୁତ ନୁହେଁ ? ଘଟଣା ପଛରେ କୌଣସି ରାଜନୈତିକ ବ୍ୟକ୍ତିଙ୍କ ଚାପ ନାହିଁ ତ ?
ଅର୍ଚ୍ଚନା ନିଜକୁ ଓକିଲ ପରିଚୟ ଦେବ ସହ ନିଜକୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସଦସ୍ୟ ବୋଲି କହୁଥିଲେ । ସୋସିଆଲ ମିଡିଆରେ ରାଜ୍ୟରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ଥିବା ବନ୍ଧୁତା । ଘରକୁ ଡାକି ସିକ୍ରେଟ କ୍ୟାମେରା ଲଗାଇ ଅନ୍ତରଙ୍ଗ ମୁହୂର୍ତ୍ତର ସୁଟିଂ କରୁଥିଲେ । ପରେ ଏହାକୁ ନେଇ କରୁଥିଲେ ବ୍ଲାକମେଲିଂ । ବଡ ପ୍ରଶ୍ନ, ବ୍ଲାକମେଲିଂ କରି ରୋଜଗାର କରିଥିବା କଳା ଟଙ୍କାରେ ତିଆରି ହୋଇନି ତ ଏହି ଘର ? ଅର୍ଚ୍ଚନାଙ୍କ ଏହି ବ୍ଲାକମେଲିଂ ରାକେଟରେ ଆଉ କେଉଁମାନେ ସମ୍ପୃକ୍ତ ? ମହିଳାଙ୍କୁ ସହଯୋଗ କରୁଥିଲେ କି ତାଙ୍କ ସ୍ବାମୀ ?
ଅପରାଧ ଖବର ଆହୁରି ପଢ଼ନ୍ତୁ ।