
ପୁରୀ: କୋରୋନା ଯୋଦ୍ଧାଙ୍କ ମୃତ୍ୟୁ । ଜୀବନକୁ ବାଜିଲଗାଇ କାର୍ଯ୍ୟ କରୁଥିଲେ ଅଙ୍ଗନଓ୍ବାଡି କର୍ମୀ ବାସନ୍ତୀ । ପୁରୀ ଜିଲ୍ଲା କଣାସ ବ୍ଲକ କାଙ୍କପୁର ଗାଁର ସେଣ୍ଟର ୧ରେ କାର୍ଯ୍ୟ କରୁଥିଲେ ବାସନ୍ତୀ । କିନ୍ତୁ ସରକାରୀ ଘୋଷଣା ମୁତାବକ ଏବେସୁଦ୍ଧା କୌଣସି ସହାୟତା ମିଳିନାହିଁ । ପରିବାର ଜଣଙ୍କୁ ଚାକିରି ଦାବିରେ କଣାସ ଅଲ୍ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କରସ ଆସୋସିଏସନ୍ ପକ୍ଷରୁ ନିରାକାରପୁର-ପୁରୀ ଜଗନ୍ନାଥ ସଡକର ରାଇଗିରିପୁର ଠାରେ ମୃତଦେହ ରଖି ଧାରଣାରେ ବସିଛନ୍ତି।
ଗତ ୪ ତାରିଖରେ ବାସନ୍ତିଙ୍କୁ ଥଣ୍ଡା, କାଶ ଓ ଜର ହୋଇଥିଲା । ୭ ତାରିଖର ଭୁବନେଶ୍ବରରେ କ୍ୟାପିଟାଲରେ ଚିକିତ୍ସା ହେଉଥିଲେ। କିନ୍ତୁ ଅବସ୍ଥା ସଙ୍କଟାପହ୍ନ ହେବାରୁ ଅନ୍ୟତ୍ର ଏକ ଘରୋଇ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଉଥିଲା । କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଅବେହେଳାରୁ ମୃତ୍ୟୁ ହେଲା ବୋଲି ଅଭିଯୋଗ କରିଛନ୍ତି ପରିବାର । ମୃତ୍ୟୁ ପରେ ପୋଷ୍ଟମର୍ଟମ ରିପୋର୍ଟରେ ମହିଳାକୁ ପୁରୁଷ ବୋଲି ଉଲେଖ ରହିଛି । ଯାହାକୁ ନେଇ ସନ୍ଦେହରେ ପରିବାର ।
