ସୂଚନାନୁସାରେ, ତେବେ ମାର୍ଚ୍ଚ ୮ ତାରିଖରେ ସର୍ଜରୀ ବିଭାଗ ଛାତ ଉପରୁ ଗଳିପଡ଼ିଥିଲା ଫ୍ୟାନ । ଏଥିରେ ଆହତ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଅବହେଳାକୁ ନେଇ ମେଡିକାଲ ଫାଣ୍ଡିରେ ମାମଲା ମଧ୍ୟ ମାମଲା ରୁଜୁ ହୋଇଥିଲା ।
କଟକ: ଏସସିବିରେ ଛାତରୁ ଫ୍ୟାନ ଖସି ଆହତ ହୋଇଥିବା ମହିଳାଙ୍କ ମୃତ୍ୟୁ । ଶବ ରଖି ପରିବାର ପକ୍ଷରୁ ଧାରଣା । ଏସସିବି ଅଧୀକ୍ଷକଙ୍କ ଅଫିସ ଆଗରେ ଶବ ରଖି ଧାରଣାରେ ବସିଛନ୍ତି ପରିବାର । ଯାଜପୁର କୃଷ୍ଣନଗର ଅଞ୍ଚଳର ୭୫ ବର୍ଷୀୟ ପାର୍ବତୀ ଦାସ ଏସସିବିରେ ଭର୍ତ୍ତି ହୋଇଥିଲେ ।
ସୂଚନାନୁସାରେ, ତେବେ ମାର୍ଚ୍ଚ ୮ ତାରିଖରେ ସର୍ଜରୀ ବିଭାଗ ଛାତ ଉପରୁ ଗଳିପଡ଼ିଥିଲା ଫ୍ୟାନ । ଏଥିରେ ଆହତ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଅବହେଳାକୁ ନେଇ ମେଡିକାଲ ଫାଣ୍ଡିରେ ମାମଲା ମଧ୍ୟ ମାମଲା ରୁଜୁ ହୋଇଥିଲା ।
ଅର୍ଗସ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨୦ରୁ ଆରମ୍ଭ ହେବାକୁ ଯାଉଛି ଦୁର୍ଗା ପୂଜା । ଏଥିପାଇଁ ଏବେଠାରୁ ସିଲଭର ସିଟିରେ ଆରମ୍ଭ ହୋଇଛି ପ୍ରସ୍ତୁତି, ଚଳଚଞ୍ଚଳ ହୋଇଛି ପୂଜା ମଣ୍ଡପ । ମୂର୍ତ୍ତିକୁ ଆକର୍ଷଣୀୟ କରିବା ପାଇଁ ପୂଜା ମଣ୍ଡପରେ ଚାନ୍ଦି ମେଢର ସଫେଇ କାର୍ଯ୍ୟ ଜାରି ରହିଛି । ସେପଟେ ମାଟି ଉଠା ପରେ ଆଜିଠାରୁ ଆରମ୍ଭ ହୋଇଛି ମୂର୍ତ୍ତି ନିର୍ମାଣ କାର୍ଯ୍ୟ । ଚାନ୍ଦିନୀ ଚୌକ ପୂଜା କମିଟି ଆଜିଠାରୁ ନଡା ବନ୍ଧା କାର୍ଯ୍ୟ ଆରମ୍ଭ କରିଛି । ଆସନ୍ତାକାଲି ମୂର୍ତ୍ତିରେ ଏକ ମାଟିଆ ପରେ ଦୋ ମାଟିଆ ଏବଂ ଖଡିଲଗା ଅମାବାସ୍ୟାରେ ଖଡ଼ିଲାଗି କରାଯିବ ବୋଲି କହିଛନ୍ତି ମୂର୍ତ୍ତି କାରିଗର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିଭଳି ସହରର ଅନ୍ୟତମ ପ୍ରବେଶ ପଥ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ଚାଲିଛି ଜୋରସୋରରେ ପ୍ରସ୍ତୁତି ଚାନ୍ଦି ସଫା କାର୍ଯ୍ୟ । ଦୀର୍ଘ ୨୦ବର୍ଷ ଧରି ଆଧ୍ୟାତ୍ମିକ ବାତାବରଣକୁ ନେଇ ଏହି ମଣ୍ଡପ ତୋରଣ ତିଆରି କରି ଆସୁଥିବା ବେଳେ ଚଳିତ ବର୍ଷ ପୂଜାରେ ମୁଖ୍ୟ ଆକର୍ଷଣ ପଲଟିବ ମଦୁରାଇ ମିନାକ୍ଷୀ ମନ୍ଦିରର ପ୍ରତିକାତ୍ମକ ତୋରଣ । ଚଳିତ ବର୍ଷ ସିଲଭର ସିଟିରେ ଆଉ ଦୁଇଟି ପୂଜା କମିଟି ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛନ୍ତି ।
ପୂର୍ବରୁ ୨୭ ଟି ଚାନ୍ଦି ମେଢରେ ମା' ପୂଜା ପାଉଥିବାବେଳେ ଏବେ ଏହି ସଂଖ୍ୟା ୨୯ରେ ପହଞ୍ଚିଛି । ଏ ବର୍ଷ ମହମ୍ମଦିଆ ବଜ଼ାର ଏବଂ କାଫଲା ବଜ଼ାର ପୂଜା କମିଟି ମଧ୍ୟ ଚାନ୍ଦି ମେଢ଼ କରୁଛନ୍ତି । ମହମ୍ମଦିଆ ପୂଜା କମିଟି ଦେଢ଼ କ୍ୱିଇଣ୍ଟାଲର ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛି । ଆସନ୍ତା ୧୮ ତାରିଖ ଦିନ ଏହାର ସୁଭ ଉଦଘାଟନ ହେବ ବୋଲି କହିଛନ୍ତି ପୂଜା କମିଟି ସଦସ୍ୟ । ପୂଜାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ବିଭିନ୍ନ ପୂଜା କମିଟି, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସହ ବୈଠକ ଶେଷ ହୋଇଛି ।
ଅର୍ଗସ ବ୍ୟୁରୋ : ବାରମ୍ବାର ପ୍ରତିଶ୍ରୁତି ମିଳୁଛି କିନ୍ତୁ ପୂରଣ ହେଉନି ଦାବି । ଏବେ ପୁଣି ୨୩ ତାରିଖ ବୈଠକରକୁ ଅପେକ୍ଷା । ସନ୍ଧ୍ୟା ୫ ଟାରେ ବୈଠକ ହେବା ନେଇ ସୂଚନା ଦେଇଛନ୍ତି ନିଖିଳ ଉତ୍କଳ ପ୍ରଥମିକ ଶିକ୍ଷକ ଫେଡେରେସନର ମହାସଚିବ ଚାରୁଲତା ମହାପାତ୍ର । ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ପରେ ଶିକ୍ଷକ ଭବନରେ ଷ୍ଟିୟରିଂ କମିଟି ବୈଠକରେ ମନୋମାଳିନ୍ୟ ପରେ ଦୁଇଫାଳ ହୋଇଥିଲା ସଂଗଠନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡ଼ାକରା ପରେ କିଛି ସଂଗଠନ ଖୁସି ବ୍ୟକ୍ତ କରିଥିବା ବେଳେ ଅନ୍ୟ ସଂଗଠନ ବୈଠକ ଉପରେ ଉଠାଇଛନ୍ତି ପ୍ରଶ୍ନ । ନିଖିଳ ଉତ୍କଲ ପ୍ରଥମିକ ଶିକ୍ଷକ ଫେଡେରସନ ୧୮ ତାରିଖରେ ସ୍ଥଗିତ ରଖିଥିଲା ଆନ୍ଦୋଳନ । କିନ୍ତୁ ଏହାକୁ ବିରୋଧ କରି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ନିଜସ୍ୱ ବ୍ୟାନରରେ ପୁଣି ଜାରି ରଖିଛି ଆନ୍ଦୋଳନ ।
ନିଜ ବ୍ୟାନରରେ ୮ଟି ସଂଘ ଲକ୍ଷେ ଶିକ୍ଷକଙ୍କୁ ନେଇ ଆନ୍ଦୋଳନ କରୁଥିବାବେଳେ ୨୬ ତାରିଖରେ ମହା ସମାବେଶ ଘୋଷଣା କରିଛି । ସଂଘ ପ୍ରଥମରୁ ଶିକ୍ଷକଙ୍କ ଦାବି ଓ ଆନ୍ଦୋଳନ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲା । ବୈଠକରେ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । କିନ୍ତୁ ଏବେ ପୁଣିଥରେ କାହିଁକି ଡ଼ାକରା ଆସିଛି ବୋଲି ପ୍ରଶ୍ନ ଉଠାଇଛି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ।
ଅର୍ଗସ ବ୍ୟୁରୋ : ବର୍ଷାରେ ଲାଗିବ ବ୍ରେକ । ଆସନ୍ତା ୨୩ ତାରିଖ ପରଠାରୁ ବର୍ଷା ପରିମାଣ କମିବ । ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା ଜିଲ୍ଲାର ସିନାପଲ୍ଲୀରେ ସର୍ବାଧିକ ୧୨୪ ମିଲିମିଟର ବର୍ଷା ସହ ରାଜ୍ୟର ୨୦ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ୨୪ ଘଣ୍ଟାରେ ହାରାହାରି ୨୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ପରିମାଣ ୮.୮ ମିଲିମିଟର ତୁଳନାରେ ୨୦୩ ପ୍ରତିଶତ ଅଧିକ ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପ୍ଟେମ୍ବର ମାସରେ ରାଜ୍ୟରେ ୨୮୫. ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୮୫.୪ ମିଲିମିଟର ତୁଳନାରେ ୫୩ ପ୍ରତିଶତ ଅଧିକ ରହିଛି । ଆଜି ଆଭୟନ୍ତରୀଣ ଓଡିଶା ସମେତ ରାଜ୍ୟର ଅନେକ ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା କାଲି ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେଉଁଝର, ମୟୂରଭଂଜ ଏହି ୪ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।