କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ତଖିରି ପଂଚାୟତର ଧନିଆପଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ମହିଳା ଉଧାର ଟଙ୍କା ମାଗିବାରୁ କିରୋସିନି ଢାଳି ଜାଳି ଦେଇଥିବା ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କର ଭାଇ । ମୃତ ମହିଳାଙ୍କ ନାମ ହେଉଛି ସୁଭଦ୍ରା ( 33 ) । ତାଙ୍କ ଭାଇ ଅଭିଯୋଗ କରିଛନ୍ତି ଗତ 1 ତାରିଖ ସଂଧ୍ୟା ସମୟରେ ସୁଭଦ୍ରା ଅଭିଯୁକ୍ତ ଘରକୁ ଟଙ୍କା ମାଗିବା ପାଇଁ ଯାଇଥିଲେ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ଏବଂ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।
ଏହାପରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଯୁବକ ବିଶ୍ବଜିତ୍ ସ୍ବାଇଁ ଏବଂ ତାଙ୍କର ପରିବାର ଲୋକେ ସୁଭଦ୍ରାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ତାଙ୍କର ଭାଇ । ଏହାପରେ ସୁଭଦ୍ରାଙ୍କ ଶରୀରର ଅଧିକାଂଶ ଭାଗ ପୋଡି ଯିବାରୁ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ପଠାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଅଭିଯୁକ୍ତର ଘର ଲୋକେ ସମସ୍ତେ ଫେରାର ହୋଇଯାଇଛନ୍ତି । ମାର୍ଶାଘାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତ ସୁଭଦ୍ରା ଧନିଆପଡା ପ୍ରାଥମିକ ବିଦ୍ୟାଳୟରେ 7 ବର୍ଷ ହେବ ପାଚିକା ଭାବେ କାମ କରୁଥିଲେ । 8 ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ନିଧନ ହୋଇସାରିଛି । ତେବେ ତାଙ୍କର 12ବର୍ଷର ଏକ ମାତ୍ର ପୁଅ ରହିଛି ।
ଘଟଣା ସ୍ଥଳରେ ଏସଡିପିଓ ରାଜିବ ଲୋଚନ ପଣ୍ଡାଙ୍କ ସମେତ ସାଇଣ୍ଟଫିକ ଟିମ ଧନିଆ ପଡାରେ ପହଞ୍ଚି ଘଟଣାର ତଦନ୍ତ କରିବା ସମୟରେ ଅଭିଯୁକ୍ତ ବିଶ୍ୱଜିତ ସହିତ ପାଚିକା ସଭଦ୍ରାଙ୍କ ସହ ଏକ ଯୋଡା ଫଟୋ ମିଳିଛି । ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ଫର୍କ ଥିବା ସନ୍ଦେହ କରାଯାଉଛି । ଏ ସମ୍ଫର୍କରେ ପୁଲିସ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।
ଅର୍ଗସ ବ୍ୟୁରୋ: ଅଯୋଧ୍ୟାରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପାଇଁ ଚଳଚଞ୍ଚଳ ଅଯୋଧ୍ୟା । ଏହାରି ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଛି ରାଜସ୍ଥାନର ମାଉଣ୍ଟଆବୁ ଠାରେ ନିର୍ମିତ ହୋଇଥିବା ଶ୍ରୀ ରାମ ସ୍ତମ୍ଭ । ଏହି ରାମ ସ୍ତମ୍ଭରେ ରାମାୟଣର ବିଭିନ୍ନ ପ୍ରସଙ୍ଗକୁ ସ୍ଥାନୀୟ ଭାଷାରେ ଲିପିବଦ୍ଧ କରାଯାଇଛି ।
ଶ୍ରୀ ରାମ ଗମନ ମାର୍ଗରେ ଲାଲ ପଥରରେ ନିର୍ମିତ ଏହି ରାମ ସ୍ତମ୍ଭକୁ ପ୍ରତିଷ୍ଠା କରାଯିବ । ଅଯୋଧ୍ୟା ଠାରୁ ରମେଶ୍ବରମ୍ ପର୍ଯ୍ୟନ୍ତ ବନବାସ କାଳରେ ଶ୍ରାରୀମଙ୍କ ପାଦ ଯେଉଁଠାରେ ବି ପଡ଼ିଛି ସେଠାରେ ଶ୍ରୀ ରାମ ସ୍ତମ୍ଭ ସ୍ଥାପନ କରାଯିବ । ପ୍ରାୟ 2 ହଜାର 500 କିଲୋମିଟର ଲମ୍ବା ଜଙ୍ଗଲ ଯାତ୍ରା ମାର୍ଗରେ ଶ୍ରୀ ରାମ ସ୍ତମ୍ଭ ସ୍ଥାପନ ପାଇଁ 290 ସ୍ଥାନ ଚିହ୍ନଟ କରାଯାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଆଜି ଶେଷ ହୋଇପାରେ ବିଧାନସଭା ମୌସୁମୀ ଅଧିବେଶନ। ଆସନ୍ତାକାଲି କୌଣସି ସରକାରୀ କାର୍ଯ୍ୟ ଦିବସ ନଥିବାରୁ ଆଜି ଗୃହକାର୍ଯ୍ୟ ଶେଷ ହେବା ନେଇ ଅନୁମାନ କରାଯାଉଛି । ତେବେ ଆଜି ବି କମ୍ପିବ ବିଧାନସଭା । ଆସିବ ବ୍ୟୟ ମଞ୍ଜୁରୀ ବିଲ୍ । ଅତିରିକ୍ତ ବଜେଟ୍କୁ ଗୃହର ମଞ୍ଜୁରୀ ମିଳିବ। ସିଏଜି ରିପୋର୍ଟ ମଧ୍ୟ ଉପସ୍ଥାପନା ହୋଇପାରେ । ବିଜେପିର ନିଲମ୍ବିତ ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପି ଗୃହକୁ ଅଚଳ କରିପାରେ।
ଆଜି ପ୍ରଶ୍ନକାଳରେ ପଞ୍ଚାୟତ ରାଜ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ନଗର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି। ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ୪ତାରିଖରେ ଶେଷ ହେବାକୁ ଥିବା ବେଳେ କୌଣସି ସରକାରୀ କାର୍ଯ୍ୟ ଦିବସ ନଥିବାରୁ ଆଜି ଶେଷ ହେବା ନେଇ ଅନୁମାନ କରାଯାଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ଛତିଶଗଡ଼ ଏବଂ ତେଲେଙ୍ଗାନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 23 ହଜାର 8 ଶହ କୋଟି ଅଧିକ ଟଙ୍କା ବ୍ୟୟରେ ନିର୍ମିତ ନଗରନାର ଇସ୍ପାତ କାରଖାନାକୁ ଦେଶ ଉଦ୍ଦେଶ୍ୟରେ କରିବେ ଉତ୍ସର୍ଗ । ଏହସହ ଜଗଦଲପୁର ରେଳ ଷ୍ଟେସନ ନବୀକରଣର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ତାରୋକି - ରାୟପୁର ଡିଏମୟୁ ଟ୍ରେନ୍ ସେବାକୁ ମଧ୍ୟ ଶୁଭାରମ୍ଭ କରିବେ। ଏହି ରେଳ ପ୍ରକଳ୍ପଗୁଡ଼ିକ ରାଜ୍ୟର ଆଦିବାସୀ ଅଞ୍ଚଳରେ ସଂଯୋଗରେ ଉନ୍ନତି ଆଣିବ। ଅନ୍ୟପଟେ ତେଲେଙ୍ଗାନାରେ 800 ମେଗାୱାଟ ୟୁନିଟ୍ ବିଶିଷ୍ଟ ସୁପର ଥର୍ମାଲ୍ ପାୱାର୍ ପ୍ରୋଜେକ୍ଟର ଉଦ୍ଘାଟନ କରିବେ ।
ଏହା ତେଲେଙ୍ଗାନାକୁ ସ୍ବଳ୍ପ ମୂଲ୍ୟର ଶକ୍ତି ଯୋଗାଇବ ଏବଂ ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେବ। ଏହା ଦେଶର ଅନ୍ୟତମ ପରିବେଶ ଅନୁକୂଳ ବିଦ୍ୟୁତ୍ କେନ୍ଦ୍ର ହେବ।
ଅଧିକ ପଢ଼ନ୍ତୁ ଦେଶ ଖବର: