ଘଟଣାଟି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳର। ଲଳିତଙ୍କ ପତ୍ନୀ ହେଉଛନ୍ତି ସୁନୀତା। ୩ ବର୍ଷ ତଳେ ଦୁହିଁଙ୍କ ବିବାହ ହୋଇଥିଲା। ଆଉ ତାଙ୍କ ଔରସରୁ ୧୩ ମାସର ଝିଅଟିଏ ବି ଅଛି। କିନ୍ତୁ ନିକଟରେ ଳଳୀତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ଚାଲିଛି। ଆଉ ଏତିକି ବେଳେ ସୁନୀତାଙ୍କର ମନେ ପଡିଛନ୍ତି ସ୍କୁଲ ବେଳର ବୟଫ୍ରେଣ୍ଡ। ଆପଣଙ୍କ ସ୍କ୍ରିନରେ ଥିବା ଏହି ଯୁବକ। ଯାହାଙ୍କ ପ୍ରେମରେ ବାଇ ହୋଇ ରୋଗୀଣା ସ୍ବାମୀକୁ ହସ୍ପିଟାଲ ବେଡରେ ଛାଡି କୁନି ଝିଅକୁ ଧରି ଚାଲି ଆସିଛନ୍ତି ସୁନୀତା।
ଏ ସ୍କୁଲ ବେଳର ପ୍ରେମିକ ହେଉଛନ୍ତି, ଖରିଦା ଗ୍ରାମର କମଳାକାନ୍ତ। ଗତକାଲି କମଳାକାନ୍ତଙ୍କୁ ଫୋନ କରି ଡାକ ପକାଇଥିଲେ, ସୁନୀତା। ଜଳେଶ୍ବର ଷ୍ଟେଶନରେ ସ୍ବାମୀ ଭୁବନେଶ୍ବର ଯିବେ ବୋଲି ଟ୍ରେନରେ ଚଢିଲେ। ଆଉ ଏପଟେ ବାଇକରେ ବସି ସୁନିତା ନିଜ କୁନି ଛୁଆକୁ ଧରି ଚମ୍ପଟ ମାରିଲେ। ଘଟଣା ଜାଣିବା ପରେ ହସ୍ପିଟାଲ ବେଡରେ କାନ୍ଦି ପକାଇଛନ୍ତି ସ୍ବାମୀ ଲଳୀତ।
ପ୍ରେମିକ କମଳାକାନ୍ତ ଜଳେଶ୍ୱରରେ ଗୋଟିଏ ରେସିଡେଣ୍ଟ କଲେଜ ପାଇଁ ମାର୍କେଟିଙ୍ଗ କାର୍ଯ୍ୟରେ ନିୟୋଜିତ। ଘଟଣା ଜଣାପଡିବା ପରେ ଘରେ ମାଳ ବଦଳ କରି ଦୁହେଁ ବିବାହ କରିଛନ୍ତି। ଏବେ ଏ ବାହାଘର କେତେଦିନ ତିଷ୍ଠୁଛି ତାହା ଦେଖିବାକୁ ରହିଲା।