ଗତ ଏକ ମାସ ତଳେ ନିର୍ଯାତନା ଅସହ୍ୟ ହେବାରୁ ରିତାମଣୀ ତାଙ୍କ ବାପ ଘରେ ରହୁଥିଲେ । କିନ୍ତୁ ଗତ 2ତାରିଖରେ ଭଦ୍ର ଲୋକଙ୍କ ମାଧ୍ୟମରେ ସମାଧାନ ହୋଇ ରୀତା ଶାଶୂଘରକୁ ଆସିଥିବ ବେଳେ ଗତକାଲି ବିଳମ୍ବିତ ରାତିରେ ଶୋଇବା ଘର ପଙ୍ଖାରେ ଲୁଗା ସାହାଯ୍ୟରେ ଆତ୍ମହତ୍ୟା କରିଥିବା ରିତାମଣୀଙ୍କ ଶାଶୁ ଖବର ଦେଇଥିଲେ । ତେବେ ରିତାମଣୀ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ଅଭିଯୋଗ ପାଇ ରିତାମଣିଙ୍କ ସ୍ୱାମୀ ଙ୍କୁ ଅଟକ ରଖି ସ୍ଥାନୀୟ ମାଜିଷ୍ଟ୍ରେଟ ଉପସ୍ଥିତି ଓ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଜାରିରଖିଛି ।
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବେଗୁନିଆ ନୂଆସାହିର କୃପାସିନ୍ଧୁ ପ୍ରଧାନ ଠଣାପଲି ଗାଁର ରୀତାମଣୀ ପ୍ରଧାନଙ୍କୁ ୨୦୨୦ ମସିହାରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ 50ହଜାର ଟଙ୍କା, ସୁନା ଗହଣା ଓ ବିଭିନ୍ନ ଆସବାବପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଏହାପରେ ବି ଶାଶୁଘର ପକ୍ଷରୁ ରୀତାମଣୀଙ୍କୁ ଅଧିକ 2ଲକ୍ଷ ଟଙ୍କା ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଏଥିପାଇଁ ଭଦ୍ର ଲୋକଙ୍କ ମାଧ୍ୟମରେ ବହୁଥର ଆପୋଷ ସମାଧାନ ହୋଇଥିଲା ।
Download Argus News App
